କିଭ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି। ରୁଷ୍ ଶୁକ୍ରବାର ରାତିରେ ୟୁକ୍ରେନ୍ ଉପରେ ଭୟଙ୍କର ଆକ୍ରମଣ କରିଛି। ଏହି ଆକ୍ରମଣ ଜାରି ରହିଥିବାବେଳେ କିଭ୍ ନିକଟସ୍ଥ ବୁଚା ଜିଲାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନୀୟ ଅଧିକାରୀମାନେ ଶନିବାର କହିଛନ୍ତି। ଏଥିରେ ଅନେକ ବ୍ୟକ୍ତି ଆହତ ହୋଇଥିବା ବେଳେ ୪୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରୁଷ୍ର ଘନ ଘନ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ କିଭ୍ରେ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଆର୍ଥିକ କାର୍ଯ୍ୟକଳାପ ବନ୍ଦ ରହିଛି। ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ଟାଇମୁର ତକାଚେଙ୍କୋ କହିଛନ୍ତି ଯେ, ଆକ୍ରମଣରେ ଅତି କମରେ ୫୦ଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ମାଇଲା ଗ୍ରାମର ଏକ ଗୋଦାମ ଉପରେ ଆକ୍ରମଣ ପରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଗୋଦାମରେ ବିସ୍ଫୋରକ ଦ୍ରବ୍ୟ ଥିବା ଆଶଙ୍କା କରାଯାଉଛି।
Sign in
Sign in
Recover your password.
A password will be e-mailed to you.