ପଟ୍ଟାମୁଣ୍ଡାଇ ପୋଲିସ ଓ କଲେଜ ପକ୍ଷରୁ ନିଶାମୁକ୍ତ ଅଭିଯାନ ଶୋଭାଯାତ୍ରା
ପଟ୍ଟାମୁଣ୍ଡାଇ ୨୯/୮- କେନ୍ଦ୍ରାପଡ଼ା ଏସ ପିଙ୍କ ନିର୍ଦେଶକ୍ରମେ ନିଶା କାରବାର ରୋକିବା ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ନିଶାମୁକ୍ତ ଅଭିଯାନ ଶୋଭାଯାତ୍ରା କରାଯାଇଥିଲା I ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ଓ କଲେଜ ଅଧକ୍ଷ ପ୍ରଫେସର ଗୌର ପ୍ରସାଦ ଷଢଙ୍ଗୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ କଲେଜ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ I ଶେଷରେ ନିଶାମୁକ୍ତ ଅଭିଯାନକୁ ସଫଳ କରିବା ପାଇଁ ନିଶା ନିବାରଣ ପାଇଁ ସମୂହ ଶପଥ ପାଠ କରାଯାଇଥିଲା I ଏଥିରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା କର୍ମଚାରୀ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଶପଥ ପାଠ କରିଥିଲେ I
Comments are closed.