ଇସିଙ୍କ ଦରମାରୁ ୨୭ ହଜାର ଠକି ନେଇଥିବା ଅଭିଯୋଗ ।

ଆର, ଉଦୟଗିରି ୨୭।୮(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତ ଡେରବା ଓ କୁରୁତଲ ଆଞ୍ଚଳିକ ମଞ୍ଚ ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜିର ଇସି ସଦସ୍ୟ ଜୟନ୍ତୀ ବଡରଇତଙ୍କ ଦରମା ଟଙ୍କାରୁ ୨୭ ହଜାର ଟଙ୍କା ସ୍ଥାନୀୟ ସିଆରପି ଓ ଏମ୍‌ବିକେ ନେଇଥିବା ଅଭିଯୋଗ ହୋଇଛି। ଏନେଇ ଜୟନ୍ତୀ ସୋମବାର ମୋହନାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଏ ଡି ଏମ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଇସି ସଦସ୍ୟ ଭାବେ ଜୟନ୍ତୀଙ୍କୁ ମାସିକ ୧୫ ଶହ ଟଙ୍କା ଦରମା ମିଳୁଥିବାବେଳେ ୨୭ ମାସର ୪୫ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିଲା। ଏହାପରେ ସ୍ଥାନୀୟ ସିଆରପି ଓ ଏମ୍‌ବିକେ ତାଙ୍କୁ ‘କୌଣସି କାମ କରିନାହଁ’ ଦର୍ଶାଇ ୨୭ ହଜାର ଟଙ୍କା ଦାବି କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଭୟରେ ବାଧ୍ୟ ହୋଇ ସେ ଟଙ୍କା ଦେଇଥିବା କହିଛନ୍ତି।

ଘଟଣାର ତଦନ୍ତ କରାଯାଇ ତାଙ୍କ ଟଙ୍କା ଫେରସ୍ତ କରିବା ସହ ସମ୍ପୃକ୍ତ ସିଆରପି ଓ ଏମ୍‌ବିକେଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ଜୟନ୍ତୀ ଦାବି କରିଛନ୍ତି। ଅନ୍ୟପକ୍ଷରେ, ରା.ଉଦୟଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଏଭଳି ଟଙ୍କା ନେବା ନେଇ ଚର୍ଚ୍ଚା ହେଉଥିବାରୁ ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ମହିଳା ଗ୍ରୁପ୍‌ଗୁଡ଼ିକ ଦାବି କରିଛନ୍ତି।

Comments are closed.