ଅନ୍ତର୍ଜାତୀୟ ପତ୍ରିକାରେ କବି କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତା ଉପରେ ଗବେଷଣାମୂଳକ ପ୍ରବନ୍ଧ ଲେଖି ସମ୍ମାନିତ ହେଲେ ବାଲେଶ୍ୱର ଗବେଷକ

ବାଲେଶ୍ୱର, ଅଗଷ୍ଟ ୨୬: ବିଶିଷ୍ଟ କବି ଓ ଲେଖକ କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତାକୁ ନେଇ ଏକ ଗବେଷଣାମୂଳକ ଓ ସମାଲୋଚନାତ୍ମକ ପ୍ରବନ୍ଧ ଅନ୍ତର୍ଜାତୀୟ ପତ୍ରିକା ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଆଡଭାନସଡ ମଲଟିଡିସିପ୍ଲିନାରି ରିସର୍ଚ୍ଚ ଆଣ୍ଡ୍ ଏଜୁକେଶନାଲ୍ ଡେଭେଲପମେଣ୍ଟ’ (IJAMRED)*ରେ ପ୍ରକାଶିତ ହୋଇଛି।
ସନ୍ତୋଷ କୁମାର ନାୟକଙ୍କ ଦ୍ୱାରା ରଚିତ ଏହି ପ୍ରବନ୍ଧର ଶୀର୍ଷକ “From Fragmented Earth to the Icon of Bhairavī: A Critical, Philosophical, and Postcolonial Reading of Krushna Kumar Mohanty’s ‘Deśa’ (Country)”। ଏହା ପତ୍ରିକାର ବର୍ଷ-୨, ସଂଖ୍ୟା-୪, ଜୁଲାଇ-ଅଗଷ୍ଟ ୨୦୨୬ ସଂଖ୍ୟାରେ ପ୍ରକାଶ ପାଇଛି। ପତ୍ରିକାଟି ଏକ ଅନ୍ତର୍ଜାତୀୟ, ପିଅର୍-ରିଭ୍ୟୁଡ୍, ଓପନ୍-ଆକ୍ସେସ୍ ଓ ବହୁବିଷୟକ ଗବେଷଣା ପତ୍ରିକା ଭାବେ ପରିଚିତ। ଏହା ISSN 3107-6513 ଅଧୀନରେ ପଞ୍ଜିକୃତ ଏବଂ ୨୦୨୫ରୁ ପ୍ରତିଷ୍ଠିତ ହୋଇ ପ୍ରକାଶ ପାଉଛି ।
ଏହି ଗବେଷଣାମୂଳକ ପ୍ରବନ୍ଧର ପ୍ରକାଶନକୁ ସ୍ୱୀକୃତି ଦେଇ IJAMREDର ବୋର୍ଡ ପକ୍ଷରୁ ଗବେଷକ ସନ୍ତୋଷ କୁମାର ନାୟକଙ୍କୁ ପ୍ରକାଶନୀୟ ମାନପତ୍ର ପ୍ରଦାନ କରାଯାଇଛି। ପ୍ରମାଣପତ୍ରରେ କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତାର ସମାଲୋଚନାତ୍ମକ, ଦାର୍ଶନିକ ଓ ପୋଷ୍ଟକଲୋନିଆଲ୍ ପାଠକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି।
‘ଦେଶ’ କବିତାକୁ ନେଇ ଏଭଳି ଏକ ଆନ୍ତର୍ଜାତୀୟ ଗବେଷଣାମୂଳକ ଅଧ୍ୟୟନ ପ୍ରକାଶ ପାଇବା ଓଡ଼ିଆ ସାହିତ୍ୟର ସମକାଳୀନ ସୃଜନକୁ ଏକାଡେମିକ୍ ଓ ସମାଲୋଚନାତ୍ମକ ପରିସରରେ ଅଧିକ ବ୍ୟାପକ ଭାବେ ଉପସ୍ଥାପିତ କରିବାର ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି।

Comments are closed.