ପଟ୍ଟାମୁଣ୍ଡାଇରେ ଇଦ-ମିଲାଦୁନ ନଵି ପାଳିତ
ପଟ୍ଟାମୁଣ୍ଡାଇ ତା ୨୬/୮: ଇସଲାମ ଧର୍ମ ଗୁରୁ ପ୍ରପେଟ ମହମ୍ମଦଙ୍କ ୧୫୦୧ତମ ଜନ୍ମ ଦିବସକୁ ପଟ୍ଟାମୁଣ୍ଡାଇ ଅଂଚଳର ମୁସଲମାନମାନେ ଇଦ ମିଲାଦୁନ ନଵି ଭାବେ ପାଳନ କରିଛନ୍ତି I ଏହି ଉପଲକ୍ଷେ ମୁସଲମାନ ଭାଇମାନେ ବିଭିନ୍ନ ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ମଦ୍ରାସା ଠାରେ ପହଂଚି ଥିଲା I ଇମାମ ଇସ୍ରା ଫିଲ ଅହମଦ, ମୌଲାନା ୱାସୀମ କାଦିର, ହାପିଜ ସଲ୍ଲାଉଦିନ ପ୍ରମୁଖ ଇସଲା୍ମ ଧର୍ମ ଉପରେ ଆଲୋଚନା କରିଥିଲେ I ଏଥିରେ ପଟ୍ଟାମୁଣ୍ଡାଇ ମୁସଲମାନବସ୍ତି ସର୍ଦାର ସେକ ଅବଦୁଲ ବାରୀ, ସେକ ମୋଇଉଦ୍ଦିନ, ସେକ ସରାତୁଲ୍ଲା, ସେକ ଇସ୍ମାଇଲ, ସେକ ମୁସ୍ତାର ଅଲ୍ଲୀ, ସେକ ଜାକିର ହୁସେନ, ମିର୍ଜା ହେଦାଦ ବେଗ, ଅଧ୍ୟାପକ ସେକ ଇମଦାଦ ଅଲ୍ଲୀ, ସେକ ସୁଜାତ ଅଲ୍ଲୀ, ବରକତ ଅଲ୍ଲୀଖାଁ, ଅଫସର ଅଲ୍ଲୀ ଖାଁ, ସେକ ମଦାନୀ, ସମସେର ଖାଁ,ସେକ ଅମରୁଲ, ଜମାଲ ଖାଁ, ସେକ ଜୈନୁଲ ହକ ପ୍ରମୁଖ ଯୋଗ ଦେଇ ଇସଲାମ ଧର୍ମ ଉପରେ ଆଲୋଚନା କରିଥିଲେ I ଇଦ ମିଲାଦୁନ ନଵି ଉପଲକ୍ଷେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, କାଉନସିଲର ସାନିଆ ପରମିନ ସାହେବା, ଜିଲ୍ଲା ବିଜେଡି ଉପସଭାପତି ଅମୂଲ୍ୟ ପ୍ରଧାନ ନଗର ବିଜେଡି ସଭାପତି ବୁଢା ଲେଙ୍କା ବିଜେଡି ସଂଖ୍ୟାଲଘୁ ସଂଗଠକ ଏମ ଡ଼ି ପପୁ ପ୍ରମୁଖ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି I ଏହି ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଏସ ଡି ପି ଓ ସୁକାନ୍ତ ପାତ୍ର
ଆଦର୍ଶ ଥାନା ଆଇ ଆଇ ସି ମାନସ ରଞ୍ଜନ ମଲ୍ଲିକ ପୋଲିସ ଫୋର୍ସ ସହିତ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I ଏହି ଶୋଭାଯାତ୍ରା କୁ ଅମୀର ଖାଁ, ସେକ ଇବ୍ରାହିମ, ମିର୍ଜା ଇବ୍ରାର ବେଗ, କେ କେ ବାବୁ ପ୍ରମୁଖ ପରିଚାଳନା କରିଥିଲେ I