ପୌରପରିଷଦର ଖାଦ୍ୟ ଏନଫୋର୍ସମେଣ୍ଟ ଚଢ଼ାଉ ; ୬୧ ହଜାର ଟଙ୍କା ଜରିମାନା ଆଦାୟ

0

ପଟ୍ଟାମୁଣ୍ଡାଇ୨୫ /୮:ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି, ବିକ୍ରୟ, ନିଷିଦ୍ଧ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକର ବ୍ୟବହାର ଏବଂ ବେଆଇନ ଭାବେ ଘରୋଇ ଏଲ୍‌ପିଜି ସିଲିଣ୍ଡରର ବ୍ୟବହାର ବିରୋଧରେ ଆଜି ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାସଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଅଭିଯାନ କରାଯାଇଛି। ଏଥିରେ କେନ୍ଦ୍ରାପଡ଼ା ଖାଦ୍ୟ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର, ରେଭେନ୍ୟୁ ଇନ୍ସପେକ୍ଟର, ଜେଏସ୍‌ଇଙ୍କ ସହିତ ପଟ୍ଟାମୁଣ୍ଡାଇ ପୌରପରିଷଦର ଏନଫୋର୍ସମେଣ୍ଟ ଟିମ୍‌ ସାମିଲ ହୋଇ ଏହି ଅଭିଯାନ କରିଥିଲା I ଏହି ଅଭିଯାନ ସମୟରେ ୧୦୩ କିଲୋଗ୍ରାମ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ, ୭ଟି ଘରୋଇ ସିଲିଣ୍ଡର ଜବତ କରାଯିବା ସହିତ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ଓ ନିୟମ ଉଲ୍ଲଂଘନ ପାଇଁ ୩୬,୦୦୦ ଟଙ୍କା ଏବଂ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ବ୍ୟବହାର ପାଇଁ ୨୫,୦୦୦ ଟଙ୍କା ମିଶାଇ ସର୍ବମୋଟ ୬୧,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା Iଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି, ନିଷିଦ୍ଧ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକର ବ୍ୟବହାର ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର ଅନଧିକୃତ ବ୍ୟବହାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ ବୋଲି ସୂଚନା ମିଳିଛି |

Leave A Reply

Your email address will not be published.