ସିନ୍ଦୂର

*ସିନ୍ଦୂର *

ସିନ୍ଦୂର ଯେବେ ଦେଲି ମୁଁ ସିନ୍ଥିରେ
ଗୃହିଣୀ ସାଜିଲି ସେବେ ତୁମ ଘରେ
ଓଢ଼ଣୀ ଯେବେ ଦେଲି ମୁଁ ମଥାରେ
ଘରର ଦାୟୀତ୍ବ ନେଲି ଗୋ ସାଥିରେ
ହାତରେ ଯେବେ ପିନ୍ଧିଲି କଙ୍କଣ
ସଂସାରର ସୁଖ ଦୁଃଖକୁ କଲି ମୁଁ ବରଣ
ଆଙ୍ଗୁଠି ରେ ଯେବେ ପିନ୍ଧିଲି ମୁଦି
ସପନ ରାଇଜେ ଗଲି ଯେ ମୁଁ ହଜି
ଆଖିରେ ଯେବେ ନାଇଲି କଜଳ
ପ୍ରେମରେ ତୁମ ଆଖି ହେଲା ମୋ ସଜଳ
ଗଳାରେ ଯେବେ ପିନ୍ଧିଲି ହାର
ଆପଣେଇଲି ସୁଖ ସମ୍ପଦ ଜୀବନର
ଅଣ୍ଟାରେ ଯେବେ ଦେଲି ଅଣ୍ଟା ସୂତା ଘୁ
ବାହୁରେ ତୁମ ହେଲି ମୁଁ ସାଇତା
ପାଦରେ ଯେବେ ପିନ୍ଧିଲି ପାଉଁଜ
ଦିନ ମୋ ବିତିଲା ହୋଇ ଲାଜ ଲାଜ
ଗୋଡ଼ରେ ଯେବେ ଗୋଡ଼ ମୁଦି ଦେଲି
ସବୁଦିନ ଲାଗି ତୁମ ପାଶେ ବନ୍ଧା ଯେ ପଡିଲି

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ

Comments are closed.