ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ

ବେଆଇନ ଜୁଆ କାରବାର ବିରୋଧରେ ଚାଲିଥିବା ଅଭିଯାନ କ୍ରମେ ପାରଳାଖେମୁଣ୍ଡି ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ।

0

ଗଜପତି ,୨୩.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ମହାରାଜା ପ୍ୟାଲେସ ନିକଟରେ ସନ୍ତୋଷ ସାହୁଙ୍କ ଭଡା ଘରେ ଜୁଆ ଖେଳ ହେଉଥିବା ବେଳେ ଚଢ଼ାଉ କରିଛି । ନୀଳା ପାଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟସନ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ (୪୧) ଙ୍କ ସମେତ ମୋଟ ୬ ଜଣଙ୍କୁ ଧରିଛି।
ଏହି ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ Rs. ୧୬,୦୦୦/-, ୩ଟି ମୋଟରସାଇକେଲ/ସ୍କୁଟି ଏବଂ ୬ଟି ମୋବାଇଲ ଫୋନ ଜବତ କରାଯାଇଛି। ଏ ସମ୍ପର୍କରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ପାରଳାଖେମୁଣ୍ଡି ସହରରେ ଜୁଆ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ଗଜପତି ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ କହିଛନ୍ତି ।

Leave A Reply

Your email address will not be published.