ପୁରୀରେ ଖଜା ପାଇଁ ଖଣ୍ଡଯୁଦ୍ଧ। ହାତାହାତି ଯୁବ ଗୋଷ୍ଠୀ।

ପୁରୀ : ପୁରୀରେ ଖଜା ପାଇଁ ଖଣ୍ଡଯୁଦ୍ଧ। ହାତାହାତି ଯୁବ ଗୋଷ୍ଠୀ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ଯାହାକୁ ନେଇ ଭକ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିର ଠାରୁ ମାତ୍ର କିଛି ମିଟର ଦୂରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ହାତାହାତିର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ବି କିଛି ଖଜା ବ୍ୟବସାୟକୁ କେନ୍ଦ୍ର କରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

Comments are closed.