ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ।

0

ଗଜପତି,୨୧.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସାଇବର ଅପରାଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହି କ୍ରମରେ ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ , ଜିରାଙ୍ଗସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ,କିରାମାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସେରଙ୍ଗସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ଠକେଇ, ସାଇବର ଅପରାଧ, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ଏବଂ ଅଜଣା ଲିଙ୍କ୍ କିମ୍ବା ସନ୍ଦେହଜନକ କଲ୍‌ରୁ ସତର୍କ ରହିବା ସମ୍ପର୍କରେ ସଚେତନ କରାଯାଇଥିଲା।ଡିଜିଟାଲ ଯୁଗରେ ସାଇବର ସୁରକ୍ଷା ପ୍ରତି ସଚେତନତା ଅତ୍ୟନ୍ତ ଜରୁରୀ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.