ଗଜପତି,୧୯.୮(ମନୋଜ ପାଢ଼ୀ) :-ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମଞ୍ଚର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ, ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ସେମାନଙ୍କ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତାମତ ରଖିବା ସହ ବରିଷ୍ଠ ନାଗରିକଙ୍କ ସ୍ୱାର୍ଥରକ୍ଷା ଓ ସାମାଜିକ ସୁରକ୍ଷା ପାଇଁ ଏକତ୍ରିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ। ଏହି ବୈଠକରେ ଉପସଭାପତି ଶ୍ରୀ ସୁବାସଚନ୍ଦ୍ର ବେହେରା, ସାଧାରଣ ସଂପାଦକ ଶ୍ରୀ ହରିମୋହନ ପଟ୍ଟନାୟକ, ଓ ସାଂଗଠନିକ କର୍ମକର୍ତ୍ତା ଶ୍ରୀ ବିନୋଦ ବିହାରୀ ପଣ୍ଡା, ଯୁଗ୍ମ ସଂପାଦକ ଶ୍ରୀ ଲବ ଜେନା, ଶ୍ରୀ ଜଗଦିଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ବିଶିକେଶନ ମହାପାତ୍ର ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ବୈଠକ ଶେଷରେ ବରିଷ୍ଠ ନାଗରିକ ମଞ୍ଚର ସଙ୍ଗଠନ ସମ୍ପାଦକ ଶ୍ରୀ ବିନୋଦ ବିହାରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.