ଗଜପତି,୨୦।୮(ମନୋଜ ପାଢ଼ୀ) :-ଓଡ଼ିଶା ସାମ୍ବାଦିକ ସଂଘ, ଗଜପତି ଜିଲ୍ଲା ଶାଖା, ଅଖିଳ ଭାରତୀୟ ଯୁବ ଜନ ସେବା ସମିତି, ଭାରତୀୟ ହ୍ୟୁମାନ ରାଇଟସ୍ କାଉନସିଲ,ବନ ବିଭାଗ, ପୋଲିସ ବିଭାଗର ମିଳିତ ସହଯୋଗରେ ଗଣ୍ଡାହାତୀ ଜଳପ୍ରପାତ ଠାରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି। ଏହି ଅଭିଯାନ ଓଡ଼ିଶା ସାମ୍ବାଦିକ ସଂଘ ଗଜପତି ଶାଖା ସଭାପତି ଶ୍ରୀ ଅମିତ କୁମାର ପଟ୍ଟନାୟକ, ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବେଳେ, ଅଖିଳ ଭାରତୀୟ ଯୁବ ଜନସେବା ସମିତିର ସଦସ୍ୟ ଶ୍ରୀ ଗିନି କୁର୍ମା ରେଡ୍ଡୀ, ଭାରତୀୟ ହ୍ୟୁମାନ ରାଇଟସ୍ କାଉନସିଲର ସଦସ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ପାଢୀ, ବନ ବିଭାଗ ଓ ପୋଲିସ ବିଭାଗ, ବ୍ରହ୍ମପୁରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ,ଜିଲ୍ଲା ନ୍ୟାୟାଳୟର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ଗାରାବନ୍ଧ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା, ପରିବେଶବିତ୍ ମନୋଜ କୁମାର ଦାସଙ୍କ ସମେତ ଅନେକ ବ୍ୟକ୍ତି ଓ ସଂଗଠନ ସକ୍ରିୟ ସହଯୋଗ କରିଥିଲେ। ନାରାୟଣପୁର ସେକ୍ସନର ବନଖଣ୍ଡ ଅଧିକାରୀ ଶ୍ରୀ ଦିବାକର ଲେଙ୍କା ମଧ୍ୟ ଏହି ଅଭିଯାନରେ ଉଲ୍ଲେଖନୀୟ ସହଯୋଗ କରିଥିଲେ।ପ୍ରକୃତିର ଅମୂଲ୍ୟ ସମ୍ପଦ ଗଣ୍ଡାହାତୀ ଜଳପ୍ରପାତକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହିତ ପରିବେଶ ସୁରକ୍ଷା ଓ ପ୍ଳାଷ୍ଟିକ ମୁକ୍ତ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସ୍ଥାନୀୟ ମହଳରେ ପ୍ରଶଂସା କରାଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ଓଜେୟୁର ସଦସ୍ୟମାନେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.