*ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ।

ଗଜପତି, ୧୮.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସନ୍ନିକଟ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇଁ ନିର୍ବାଚନୀ ସାକ୍ଷରତା କ୍ଲବ,ଏସଆଇଆର -୨୦୨୬, ଯୁବ ରେଡକ୍ରସର ମିଳିତ ଆନକୂଲ୍ୟରେ ଏକ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଡେପୁଟି କଲେକ୍ଟର ଶ୍ରୀମତୀ ସୁଚିସ୍ମିତା ମାଝି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବପିଢୀଙ୍କୁ ନିର୍ବାଚନୀ ସାକ୍ଷରତା କ୍ଲବର କାର୍ଯ୍ୟ ଓ ବିଶେଷ କରି ଗଭୀର ସଂଶୋଧନ ତଥା ଏସଆଇଆର -୨୦୨୬ ମାଧ୍ୟମରେ ଭୋଟର ତାଲିକାରେ ନାମ ନଥିଲେ ପୁନଃସଂଯୋଗ ବ୍ୟବସ୍ଥା ବିଷୟରେ ସଚେତନ କରାଇଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କୁ ନାଗରିକତାର ସଦୁପଯୋଗ କରିବା ଓ ଭୋଟ ଦେଇ ସଠିକ୍ ନେତା ବାଛିବା ପାଇଁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ସଂଯୋଜିକା କଳ୍ପନା ପଣ୍ଡା ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ତେଲୁଗୁ ଅଧ୍ୟାପକ ପି.ପ୍ରସାଦ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.