ମୋଦିଙ୍କ ଜନ୍ମଦିନ ଅବସରରେ ୨୭ ନଂ ୱାର୍ଡରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ଯକ୍ରମ।

ବ୍ରହ୍ମପୁର : ବ୍ରହ୍ମପୁର ୨୭ନଂ ୱାର୍ଡରେ ୨୧ ୟୁନିଟ ରକ୍ତ ସଂଗ୍ରହ। ସେବାସପ୍ତାହରେ ରକ୍ତଦାନ ଅମୃତ ମହୋତ୍ସବ ଭାରତର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ନିର୍ଦ୍ଧାରିତ ସେବା ସପ୍ତାହ କାର୍ଯ୍ଯକ୍ରମ ଅନୁଯାୟୀ ବ୍ରହ୍ମପୁର ଗୋଷାଣୀ ନୂଆଁଗାଁ ୨୭ନଂ ୱାର୍ଡରେ ଭାରତୀୟ ଜନତା ପାର୍ଟିର କର୍ପୋରେଟର ତଥା ଦଳର ବରିଷ୍ଠ କାର୍ଯ୍ଯକର୍ତ୍ତା ନୀଳକଣ୍ଠ ସାହୁଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଅମୃତ ମହୋତ୍ସବ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ସେବା କାର୍ଯ୍ଯକ୍ରମରେ କାର୍ଯ୍ଯକର୍ତ୍ତା ମାନଙ୍କ ଦ୍ୱାରା ୨୭ନଂ ୱାର୍ଡର ମାଁ କାଳୁଆ ହୋଟଲର କଲ୍ଯାଣୀ ମଣ୍ଡପ ଠାରେ ରକ୍ତଦାନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ଅବସରରେ ବ୍ରହ୍ମପୁର ନଗର ନିର୍ବାଚନରେ ଭାଜପାର ମେୟର ପ୍ରାର୍ଥୀ ହୋଇଥିବା ସବିତା ସୁଆର, ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ଯାନ ସମାନ୍ତରା। ୩ନଂ ୱାର୍ଡ କର୍ପୋରେଟର ସବିତା ସାହୁ, ୨୨ନଂ କର୍ପୋରେଟର ପ୍ରଦୀପ ଶତପଥି, ୨୧ ନଂ କର୍ପୋରେଟର କରୁଣାକର, ୩୭ନଂ କର୍ପୋରେଟର ବନିତା ସାହୁ। ବରିଷ୍ଠ ନେତା ରବି ସାହୁ,ବାଳକୃଷ୍ଣ ସାମନ୍ତରା, ସ୍ୱାସ୍ଥ୍ଯ ସେଲ ସଂଯୋଜକ ରାଜୀବ ମିଶ୍ର, ସ୍ୱଚ୍ଛ ଭାରତ ସଂଯୋଜକ ରାମ କୁମାର ପାତ୍ର, ଅନନ୍ତ ନାରାୟଣ ମହାନ୍ତି, ସୁଶୀଳା ମଲ୍ଲିକ, ସନ୍ତୋଷୀ ସାହୁ, ଗଜେନ୍ଦ୍ର ଚୌଧୁରୀ, ନଳିନୀ ସାହୁ,ବାବୁ ସେଠି, ମହେଶ ସାହୁ,ବିନୋଦ ସିଂ, ସୁଶିଳା ସିଂ, ମିଲନ ସିଂ, ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି କିରଣ ସାହୁ, ଯୁବ ନେତା କମଲ ପାତ୍ର, ମହେଶ ତ୍ରୀପାଠି, ଅର୍ଜୁନ ଜେନା, ରାଜେନ୍ଦ୍ର କୁମାର, ଅମ୍ବିକା ପଣ୍ଡା, ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ବିନାୟକ ରଥ। ଆଡଭୋକେଟ ବିଘ୍ନରାଜ ନାୟକ, ଶିବ ପାଣିଗ୍ରାହୀ, ଚିତ୍ତରଂଜନ ସାହୁ, ସାଗର ମୁଖି, ରବି ସାବତ, ଅଭୟ ଶତପଥୀ, ପ୍ରହ୍ଲାଦ ପାଣିଗ୍ରାହୂ, ଶ୍ରୀଧର ପାଣିଗ୍ରାହୀ, ଏ.ମହେଶ କୁମାର (ହନି), ଆଶୁତୋଷ ଚୌଧୁରୀ, ଆଶୁତୋଷ ପଣ୍ଡା, କିଷନ ପଣ୍ଡା, କେ.ଅନିଲ, ପ୍ରଣବ ପଣ୍ଡା, ମଧୁସ୍ମୀତା ମହାପାତ୍ର, ସାମାଜିକ କର୍ମୀ ପ୍ରଦୀପ ସାହୁ ସମେତ ବହୁ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ରକ୍ତଦାନ କାର୍ଯ୍ଯରେ ସହଯୋଗ କରିଥିଲେ।ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସାଳୟ ରକ୍ତ ଭଣ୍ଡାର ତରଫରୁ ଡା.ଜୟନ୍ତ କୁମାର ମିଶ୍ର, ଗୋପାଳ କୃଷ୍ଣ ପଣ୍ଡା, ଲ୍ଯାବ ଟେକ୍ନିସିଆନ, ସୁଶାନ୍ତ କୁମାର ପାଣିଗ୍ରାହୀ, ସାମାଜିକ କର୍ମୀ, ଡି. କ୍ରିଷ୍ଣା ରେଡ୍ଡୀ, ରାମହରି ପଣ୍ଡା (ଡ୍ରାଇଭର)। ସୁଶାନ୍ତ ପଣ୍ଡା (ଡ୍ରାଇଭର), ବାବୁନି ବେହେରା,ସହାୟକ ୨୧ୟୁନିଟ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Comments are closed.