ଅଲ୍ ଓଡିଶା ଇ.ପି.ଏଫ ପେନସନର୍ସ ଆସୋସିଏସନର କୋର୍ କମିଟି ବୈଠକ

ଚଳିତ ମାସ ୨୯ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ସ୍ମାରକପତ୍ର

ଭୁବନେଶ୍ୱର : ତା.୨୪.୦୯.୨୦୨୨ରିଖ  ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର କୋର କମିଟି ବୈଠକ ଗତକାଲି ବୟନିକା କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଇପିଏଫ ପେନସନଧାରୀଙ୍କ ଦୀର୍ଘଦିନର ଦାବୀ ସର୍ବନିମ୍ନ ପେନସନ ନଅ ହଜାର ଟଙ୍କାକୁ ବୃଦ୍ଧି ସହିତ ମହଙ୍ଗା ଭତ୍ତା ପ୍ରଦାନ ଏବଂ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସମସ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନରେ ଅନ୍ତର୍ଭୁକ୍ତ କରିବା ଦାବୀକୁ କେନ୍ଦ୍ର ସରକାର ଅଣଦେଖା କରୁଥିବାରୁ ଉପସ୍ଥିତ ସମସ୍ତ ସଭ୍ୟ/ସଭ୍ୟା କ୍ଷୋଭ ପ୍ରକାଶ କରିଥିଲେ। ଦେଶ ବିକାଶରେ ଦୀର୍ଘବର୍ଷ ନିୟୋଜିତ ରହି ଅବସର ପରେ ସାମାଜିକ ସୁରକ୍ଷାରୁ ଦେଶର ଏହି ବରିଷ୍ଠ ବର୍ଗର ନାଗରିକଙ୍କୁ ଉପେକ୍ଷା କରାଯିବା ଜନିତ ସ୍ପର୍ଶକାତରତାକୁ ଦୃଢ଼ କଣ୍ଠରେ ନିନ୍ଦା କରାଗଲା। ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ର ରାଜ୍ୟ କୋର୍ କମିଟି ନିଷ୍ପତ୍ତିକ୍ରମେ ରାଜ୍ୟର ତିନିଗୋଟି- କଟକ, ବ୍ରହ୍ମପୁର ଓ ସମ୍ବଲପୁର (R.D.C) ଆର.ଡ଼ି.ସି. ଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଚଳିତ ମାସ ୨୯ ତାରିଖ ଦିନ ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। କଟକ, ଗଞ୍ଜାମ, ସମ୍ବଲପୁର ଜିଲ୍ଲା କମିଟିକୁ ଏହାର ସଫଳତା ପାଇଁ ଦାୟିତ୍ୱ ଦିଆଗଲା।
ଆସୋସିଏସନ୍ ର ରାଜ୍ୟ ସଭାପତି ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା, କାର୍ଯକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ସଚ୍ଚିଦାନନ୍ଦ ସାମନ୍ତରାୟ, ରାଜକିଶୋର ସ୍ୱାଇଁ,ମାୟାଧର ମଲ୍ଲିକ ଓ ବିକ୍ରମ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କମିଟି ସଭ୍ୟ ଧୀରେନ୍ଦ୍ର କୁମାର ପ୍ରତାପ, ବିନୋଦ ବେହେରା, ଗୀତାଞ୍ଜଳି ପାତ୍ର ଓ ଲକ୍ଷ୍ମଣ ନନ୍ଦ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ।
ନିଗମ କର୍ମଚାରୀ ମହାସଂଘ ମହାସଚିବ ସରୋଜକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.