କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ ସାହାଯ୍ଯ

ଖୋର୍ଦ୍ଧା: କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓଡିଶା ପକ୍ଷରୁ ବାପା ମା ଛେଉଣ୍ଡ ଦୁଇଟି ଝିଅ ଓ ଗୋଟିଏ ପୁଅ କୁ ଚଳିବାକୁ ଓ ପାଠ ପଢାଇବାକୁ ସାହାଯ୍ଯ କରାଯାଇଛି। ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀ ପ୍ରିୟା ଜେନା, ମାନି ଜେନା ଓ ଗୋପାଳ ଜେନା ଙ୍କୁ ବାପା ଅଶୋକ ଜେନା(ମୃତ) ମାତା ଚାମି ଜେନା (ମୃତ) ଚଳିବାକୁ ଓ ପାଠ ପଢ଼ାଇବାକୁ ସାହାଯ୍ଯ କରାଯିବା ସହ ସେମାନଙ୍କ ଟିଉସନ ଖର୍ଚ୍ଚ ମଧ୍ଯ ପ୍ରଦାନ କରାଯାଇଛି, ପିଲାଙ୍କର ପାଠ ପଢିବା ପାଇଁ ଯାହା ଦରକାର ତାହା ସର୍ବଦା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି, ପୁର୍ବରୁ ତାଙ୍କ ପିତା ଙ୍କ ମୃତ୍ୟୁ ସମୟ ରେ ଅନ୍ତେଷ୍ଟି ପାଇଁ. ମଧ୍ଯ ସାହାଯ୍ଯ କରାଯାଇ ଥିଲା, ଆଜି ର କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ପକ୍ଷରୁ ସଭାପତି ଶ୍ରୀ ନାରାୟଣ ମହାପତ୍ର ସମ୍ପାଦକ ଶ୍ରୀ ମନୋଜ କୁମାର ରାଉଳ, ଉପଦେଷ୍ଟା ଉମା ନାଥ ମିଶ୍ର, ଇ ଦିଲ୍ଲୀପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ବିରଞ୍ଚି ରାଉତ ପ୍ରଦୀପ କୁମାର ରାଉଳ ପ୍ରମୁଖ ତାଙ୍କ ଗ୍ରାମ କୁ ଯାଇ ଏହି ସାହାଯ୍ଯ କରିଥିଲେ, ଗ୍ରାମବାସୀ ମାନେ ସମସ୍ତେ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

Comments are closed.