ସ୍ୱାଧୀନତା ଦିବସରେ ଶିକ୍ଷକ ରତୀୟ ହରିଜନଙ୍କୁ ମାନପତ୍ର

0

ତେନ୍ତୁଳିଖୁଣ୍ଟି: (ଶେଖର ଖୁରା) :  ସ୍ୱାଧୀନତା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଜଳବନ୍ଦୀ ତଥା ଦୁର୍ଗମ ଅଞ୍ଚଳ ଟାଙ୍ଗଣିକୋଟ ଶିକ୍ଷା କେନ୍ଦ୍ରର ସହକାରୀ ଶିକ୍ଷକ ଶ୍ରୀ ରତୀୟ ହରିଜନଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଏହି ଅବସରରେ ତାଙ୍କୁ ସମ୍ମାନସୂଚକ “ମାନପତ୍ର” ପ୍ରଦାନ କରାଯାଇଥିଲା।

ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳରେ ନିଷ୍ଠାର ସହ ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଶ୍ରୀ ହରିଜନଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ଉପସ୍ଥିତିରେ ଶ୍ରୀ ହରିଜନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l

Leave A Reply

Your email address will not be published.