୩ ଜିଲାରେ ପ୍ରବଳ ବର୍ଷିବ

0

ଭୁବନେଶ୍ବର : ଉପରମୁଣ୍ଡରେ ଅବପାତ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି।  ଏବେ ଏହା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକର କେତେକ ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଏହି ୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସକ୍ରିୟ ଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ବିଜୁଳି ଘଡ଼ଘଡି ସହିତ ବର୍ଷାର ଆଶଙ୍କା ରହିଛି।
ଅପରପକ୍ଷେ, ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼ ଜିଲାର ଲାଠିକଟାରେ ସବୁଠୁ ଅଧିକ ୧୮୨ମିମି ବର୍ଷା ହୋଇଥିବା ବେଳେ ପାନପୋଷରେ ୧୨୩ମିମି, ରାଜଗାଙ୍ଗପୁରରେ ୧୦୭.୬ମିମି ଏବଂ ମଦୁରାଡ୍ୟାମରେ ୧୦୦.୬ମିମି ବର୍ଷା ହୋଇଛି। ସେହିପରି, ମୟୂରଭଞ୍ଜ ଜିଲାର କୁସୁମିରେ ୧୪୪ମିମି ବର୍ଷା ହୋଇଥିବା ବେଳେ ମୋରଡ଼ା ଓ ସାରସକଣାରେ ୧୧୯ ମିମି ବର୍ଷା ରେକର୍ଡ ହୋଇଛି।

Leave A Reply

Your email address will not be published.