ଆର,ଉଦୟଗିରି ଏସଡିପିଓ ରାଜେଶ କୁମାର ସାହୁଙ୍କୁ ଡିଜିପି ଡିସ୍କ ଆଓ୍ବାର୍ଡ

0

ଆର,ଉଦୟଗିରି-: (ମନୋଜ ପାଢ଼ୀ) : ଉଲ୍ଲେଖନୀୟ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ଗଜପତି ଜିଲ୍ଲା ଆର,ଉଦୟଗିରି ଏସଡିପିଓ ଆଇପିଏସ୍ ରାଜେଶ କୁମାର ସାହୁଙ୍କୁ ଡିଜିପି ଡିସ୍କ ପଦକ ପାଇଛନ୍ତି । ଭୁବନେଶ୍ବର ପୁଲିସ ଭବନରେ ବୁଧବାର ଆୟୋଜନ ସ୍ବତନ୍ତ ସମାରୋହରେ ପୁଲିସ ଡିଜିି ଯୋଗେଶ ବାହାଦୂର ଖୁରାନିଆ ତାଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ଆର,ଉଦୟଗିରି ଏସଡିପିଓ ଭାବେ ଯୋଗ ଦେବା ପରେ ରାଜେଶ କୁମାର ସାହୁ ଆର,ଉଦୟଗିରି ଗଞ୍ଜେଇ ଚୋରାଚାଲାଣ ରୋକିବା ସହ ଗଞ୍ଜେଇ ଚାଷରୁ ଲୋକଙ୍କୁ ନିବୃତ୍ତ କରିବା ଦିଗରେ ପଦକ୍ଷେପ ନେଇଥିବା । ବିଭିନ୍ନ ବଡ ଅପରାଧର ତଦନ୍ତ ଓ ପର୍ଦାଫାସରେ ମଧ୍ୟ ତାଙ୍କ ଭୂମିକା ରହିଥିଲା । ଏଥିସହ ‘ନିଶାମୁକ୍ତ ଓଡିଶା’ ଓ ‘ନିଶାମୁକ୍ତ ଗଜପତି’ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଏବଂ ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷିତ ରଖିବା ନେଇ ଜନସଚେନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ଷେତ୍ର ତାଙ୍କ ଉଲ୍ଲେଖନୀୟ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ଏହି ସମ୍ମାନ ମିଳିଛି ।

Leave A Reply

Your email address will not be published.