ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

0

ଭୁବନେଶ୍ବର : ଆଜି ସକାଳେ ଭୁବନେଶ୍ବର ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କର ହାଙ୍ଗାମା ଦେଖିବାକୁ ମିଳିଛି। ଆଜି ଭୁବନେଶ୍ବରରୁ କୋଲକାତା ଯିବାକୁ ଥିବା ଇଣ୍ଡିଗୋ ବିମାନ ବାତିଲ ହେବାରୁ ଯାତ୍ରୀମାନେ ତାତିଯାଇଥିଲେ। ଫଳରେ ସେଠାରେ ଥିବା ଇଣ୍ଡିଗୋ ବିମାନ କର୍ମଚାରୀଙ୍କୁ ସେମାନେ ଗାଳି କରିବା ସହ ଜଣେ ମହିଳା କାଗଜପତ୍ର ଫୋପାଡିଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନ 2 ଟା 30 ରେ ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ କୋଲକାତା ଯିବାର ଥିଲା। ହେଲେ ଯାନ୍ତ୍ରିକ ଅସୁବିଧା ପାଇଁ ବିମାନକୁ ବିଳମ୍ବ ଘୋଷଣା କରାଯାଇଥିଲା। ବାରମ୍ବାର ବିଳମ୍ବ ଘୋଷଣା ପରେ ଶେଷରେ ତାହା 5 ଟା 30 ବାତିଲ ହେଲା ବୋଲି କୁହାଯାଇଥିଲା।

ଯାହାକୁ ନେଇ ସେହି ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ରାଗିଯାଇଥିଲେ। ଏହି ବାତିଲ ଘୋଷଣା ଯାତ୍ରୀମାନଙ୍କୁ ଠିକରେ ଦିଆଯାଇ ନ ଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ତେବେ ପରେ ଏକ କନେକଟିଂ ବିମାନ ମାଧ୍ୟମରେ ଯାତ୍ରୀମାନଙ୍କୁ କୋଲକତା ପଠାଯାଇଥିଲା।

Leave A Reply

Your email address will not be published.