ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୧୩ ତାରିଖ ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହି ସମୟ ମଧ୍ୟରେ କରୋନରୀ ଆଞ୍ଜିଓଗ୍ରାଫି ସମେତ ଅନେକ ପରୀକ୍ଷା କରାଯାଇଥିଲା। ଡାକ୍ତରମାନେ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ବୋଲି କହିଛନ୍ତି ଏବଂ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ନଡ୍ଡାଙ୍କ ସମର୍ଥକ ଏବଂ ରାଜନୈତିକ ମହଲ ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତା ପ୍ରକାଶ କରିଥିବା ବେଳେ, ଏମ୍ସ କହିଛି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନିରନ୍ତର ନଜର ରଖାଯାଇଛି।
ଏମସ୍ ନୂଆଦିଲ୍ଲୀ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଅସ୍ୱସ୍ତି ଅଭିଯୋଗ କରିବା ପରେ ଚିକିତ୍ସା ପାଇଁ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ ଏକ ବିସ୍ତୃତ ଡାକ୍ତରୀ ପରୀକ୍ଷା କରିଥିଲେ, ଯେଉଁଥିରେ କରୋନାରୀ ଆଞ୍ଜିଓଗ୍ରାଫି ଅନ୍ତର୍ଭୁକ୍ତ ଥିଲା। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଛି।