ବଢ଼ିଲା ଛେନା, ପନିର୍ ଦର

0

ଭୁବନେଶ୍ୱର : କ୍ଷୀର ଦର ବୃଦ୍ଧି ଯୋଗୁଁ ଛେନା ଓ ପନିର୍ ଦର ବୃଦ୍ଧି ହୋଇଛି। ଏନେଇ ଭୁବନେଶ୍ବର ଦୁଗ୍ଧଜାତୀୟ ବ୍ୟବସାୟୀ ସୁରକ୍ଷା ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା ବେଳେ ବିଭିନ୍ନ ବ୍ୟବସାୟୀ ତଥା ମିଷ୍ଟାନ୍ନ ଦୋକାନକୁ ସୂଚିତ କରାଯାଇଛି। ଆସନ୍ତା ୧୫ ତାରିଖରୁ ନୂଆ ବର୍ଦ୍ଧିତ ଦର ଲାଗୁ କରାଯିବ। କ୍ଷୀର ଲିଟର ପିଛା ୪ ଟଙ୍କା ଅଧିକ ଦେଇ ସଂଗ୍ରହ କରାଯାଉଛି। ଗୋ-ଖାଦ୍ୟର ଦର ମଧ୍ୟ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଛେନା ଓ ପନିର୍‌ର ଦର ବୃଦ୍ଧି କରାଯାଇଥିବା ସଂଘ ସଭାପତି ନବକିଶୋର ବେହେରା ଓ ସମ୍ପାଦକ ଦିଲୀପ ବେହେରା ଜଣାଇଛନ୍ତି। ପୂର୍ବରୁ ଛେନା କେଜି ପ୍ରତି ୨୧୫ଟଙ୍କା ଥିବା ବେଳେ ୨୦ଟଙ୍କା ବୃଦ୍ଧି ପାଇ ୨୩୫ଟଙ୍କା ଏବଂ ପନିର କେଜି ପ୍ରତି ୨୬୦ଟଙ୍କା ଥିବା ବେଳେ ୩୦ଟଙ୍କା ବୃଦ୍ଧି ପାଇ ୨୯୦ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.