ସାପକାମୁଡାରେ ଜଣେ ମୃତ
ପଟ୍ଟାମୁଣ୍ଡାଇ.୧୨/୮: ପଟ୍ଟାମୁଣ୍ଡାଇର ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମର ପ୍ରକାଶ କୁମାର ମଳିକ(୪୨ )ଙ୍କ ସାପ କାମୁଡା ରେ ମୃତ୍ୟୁ ଘଟିଛି । ପ୍ରକାଶ ନିଜ ଦୋକାନରେ ବସିଥିବା ବେଳେ ଏକ ବୋଡା ସାପ କାମୁଡି ଦେଇଥିଲା । ତେବେ ସେ ସାପ କାମୁଡିବା କଥା ଜାଣିପାରିଲେ ନାହିଁ I ଫଳରେ ଦିନକ
ପରେ ତାର ଗୋଢ ଫୁଲିବା ଆରମ୍ଭ କରିଥିଲା I ତାକୁ ତତ୍କାଳ କେନ୍ଦ୍ରାପଡା ମେଡିକାଲ ନିଆଯାଇ ରକ୍ତ ପରୀକ୍ଷା କରାଯିବା ପରେ ବୋଡା ସାପ କାମୁଡିଥିବା ଜଣାପଡିଥିଲ । । ତାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ମେଡିକାଲ ପଠା ଯାଇଥିଲା । ଆଜି ତାର ମୃତ୍ୟୁ ଘଟିଛି ।