ସମ୍ବଲପୁର ତା ୧୨/୦୮/୨୦୨୬: ରିଖ ରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ବହୁ ପ୍ରତିକ୍ଷୀତ ରେଢ଼ାଖୋଲ ଠାରେ ୨୦୨୩ ମସିହାରେ ଉଦ୍ଘାଟିତ ହୋଇଥିବା ଇକୋ ପାର୍କର ପୁନରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି। ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ଯେ ସେ ଯେତେବେଳ ପ୍ରଥମ ଥର ପାଇଁ ରେଢ଼ାଖୋଲ ର ବିଧାୟକ ଭାବରେ ୨୦୧୪ ମସିହାରେ ନିର୍ବାଚିତ ହୋଇଥିଲେ ସେ ଦେଖିଥିଲେ ଯେ ରେଢ଼ାଖୋଲ ନଗର ଏବଂ ଆଖ ପାଖ ଅଂଚଳରେ ଜନସାଧାରଣ ତଥା ରେଢ଼ାଖୋଲ ଅଞ୍ଚଳକୁ ବୁଲିବା ପାଇଁ ଆସୁଥିବା ଜନସାଧାରଣଙ୍କ ଆମୋଦ ପ୍ରମୋଦ ତଥା ବୁଲିବା ପାଇଁ କୌଣସି ଭଲ ସ୍ଥାନ ନାହିଁ। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଏକ ଇକୋ ପାର୍କର ତିଆରି କରିବା ପାଇଁ ସେ ସ୍ଥିର କରିଥିଲେ। ଏହି ଉଦ୍ଧେଶ୍ୟରେ ଇଂ ପୂଜାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ତତ୍କାଳୀନ ରାଜ୍ୟ ସରକାରଙ୍କ ବିଶେଷ କରି ଜଙ୍ଗଲ ବିଭାଗର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ ପାଇଁ ଉଦ୍ୟମ କରିଥିଲେ। ତତ୍ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ରେଢ଼ାଖୋଲ ଠାରେ ପାଖାପାଖି ୯.୪୦ ଏକର ଏକ ବଗିଚା କୁ ଇକୋ ପାର୍କର ରୂପରେଖ ଦେବାପାଇଁ ସ୍ଥିରୀକୃତ ହୋଇଥିଲା। ଏହା ସହ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨ କୋଟି ୭୬ ଲକ୍ଷ ଟଙ୍କାର ଅନୁଦାନ ଦେଇ ଏହି ପ୍ରକଳ୍ପ ର କାର୍ଯ୍ୟ ୨୦୨୩ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା ଏବଂ ନିଜେ ଇଂ ପୂଜାରୀ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଇକୋ ପାର୍କରେ ବିଭିନ୍ନ ପ୍ରକାର ଫୁଲ ବଗିଚା, ୱାକିଂ ବ୍ରିଜ, ଫୁଆରା, ଫାଉଣ୍ଟେନ୍, ଔଷଧୀୟ ବୃକ୍ଷ ମାନଙ୍କ ବଗିଚା, ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିଲା, ଏବଂ ଏହା ପଶ୍ଚିମ ଓଡ଼ିଶାରେ ଏକ ନମ୍ବର ପାର୍କ ଭାବରେ ପରିଣତ କରାଯାଇଥିଲା। ଇଂ ପୂଜାରୀ ବର୍ତ୍ତମାନ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ବହୁ ପ୍ରଚେଷ୍ଟାରେ ଅଞ୍ଚଳ ବାସୀଙ୍କ ସୁବିଧା ପାଇଁ କରାଯାଇଥିବା ଏହି ପାର୍କ ନୂଆ ସରକାର ଆସିବାର ଦୁଇ ବର୍ଷ ପରେ ବର୍ତ୍ତମାନ ସରକାର ଏବଂ ପ୍ରଶାସନ ର ଅବହେଳା ଯୋଗୁଁ ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନ ଇଂ ପୂଜାରୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି ଯେ ଏହି ବହୁ ପ୍ରତିକ୍ଷିତ ସୁନ୍ଦର ପାର୍କର ପୁନରୁଦ୍ଧାର କରାଯାଉ ଏବଂ ପ୍ରତ୍ୟହ ଏହାର ରକ୍ଷଣା ବେକ୍ଷଣ ପାଇଁ ଉଦ୍ୟମ କରାଯାଉ।
Sign in
Sign in
Recover your password.
A password will be e-mailed to you.