ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣୀ ଶିବିର
ପଟ୍ଟାମୁଣ୍ଡାଇ ୧୧/୮: ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚିଛି I ରାଜସ୍ବ ମାମଲାର ତ୍ୱରିତ ସମାଧାନ ପାଇଁ ତହସିଲ ସ୍ତରରେ ଜନଶୁଣାଣୀ ଶିବିର କରାଯାଉଛି I ଆଜି ପଟ୍ଟାମୁଣ୍ଡାଇ ତହସିଲରେ ରାଜସ୍ବ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି I ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଯୋଗ ଦେଇ ବିଭିନ୍ନ ରାଜସ୍ବ ମାମଲାର ଶୁଣାଣୀ କରିଥିଲେ I ଏଥିରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଓ ଅତିରିକ୍ତ ତହସିଲଦାର ସାଗରୀକା ସେଠୀ ଉପସ୍ଥିତ ଥିଲେ I