ଜିଲ୍ଲାପାଳଙ୍କ ମାରାଥନ ହସ୍ପିଟାଲ ପରିଦର୍ଶନ

0

ପଟ୍ଟାମୁଣ୍ଡାଇ ୧୧/୮- କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ତହସିଲରେ ରାଜସ୍ବ ମାମଲା ଜନଶୁଣାଣୀ ଶିବିରରେ ଯୋଗ ଦେଇ ରାଜସ୍ବ ମାମଲାର ଶୁଣାଣୀ କରିଥିଲେ I ତହସିଲରେ କାର୍ଯ୍ୟରତ ବିଭିନ୍ନ ରାଜସ୍ବ କର୍ମଚାରୀ ଓ ରାଜସ୍ବ ନିରୀକ୍ଷକଙ୍କୁ ଡାକି ବିଭିନ୍ନ ରାଜସ୍ବ ମାମଲା, ଖଜଣା ଆଦାୟ ଓ ଜବରଦଖଲ ଉଛେଦ ସମ୍ପର୍କରେ ଆଲୋଚନା କରିଥିଲେ I ଏହା ପରେ ଜିଲ୍ଲାପାଳ ମାରାଥନ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲର ସାମରିକ ରୋଗୀ ସେବା ବନ୍ୟା ବିପନ୍ନ ଅଂଚଳରେ ସ୍ୱାସ୍ଥ୍ୟସେବା ଆଦି ବୁଝି ଥିଲେ I ବିଭିନ୍ନ ୱାର୍ଡକୁ ଯାଇ ରୋଗୀ ମାନଙ୍କ ହସ୍ପିଟାଲ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେବା ସମ୍ପର୍କରେ ରୋଗୀମାନଙ୍କୁ ପଚାରି ଥିଲେ I ଏଥି ସହିତ ନିରାମୟ ଯୋଜନାରେ ମାଗଣା ଔଷଧ ବିତରଣ ବ୍ୟବସ୍ଥା ବୁଲି ଦେଖି ଥିଲେ I ରୋଗୀଙ୍କ ଉତ୍ତମ ସେବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅତ୍ୟାଧୁନିକ ଯନ୍ତ୍ରାଂଶର ସ୍ଥିତି ଓ କାର୍ଯ୍ୟକାରୀତା ସମ୍ପର୍କରେ ବୁଝିଥିଲେ I ଶେଷରେ ଜିଲ୍ଲାପାଳ ଉଭୟ ବନ୍ୟା ଓ ବର୍ଷା ବିପନ୍ନ ଲୋକମାନଙ୍କୁ ଉତମ ରୋଗୀ ସେବା ଯୋଗାଇବା ପାଇଁ ନିର୍ଦେଶ ଦେଇଥିଲେ I ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନବେଳେ ମୁଖ୍ୟ ଚିକିତ୍ସାଧିକାରୀ ଡା ନିରାକାର ପରିଡା ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକ ଓ ହସ୍ପିଟାଲର ଡାକ୍ତର କର୍ମଚାରୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ I

Leave A Reply

Your email address will not be published.