ଗଜପତି,୧୧.୮(ମନୋଜ ପାଢ଼ୀ) :– ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ଶୁଭଙ୍କର ପଟ୍ଟନାୟକ ଜିଲ୍ଲାସ୍ତରୀୟ ପ୍ରେରଣା ପ୍ରତିଯୋଗୀତାରେ ଉତ୍ତୀର୍ଣ ହୋଇ ଜାତୀୟ ସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ଅଗଷ୍ଟ ୨ ରୁ ୮ ପର୍ଯ୍ୟନ୍ତ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପଢିଥିବା ସ୍କୁଲ ତଥା ତାଙ୍କ ଜନ୍ମସ୍ଥାନ ଗୁଜରାଟର ଭଦନଗର ଠାରେ ଅନୁଷ୍ଠିତ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ବ ହାସଲ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୁଭଙ୍କରଙ୍କର ପିତା ଶ୍ରୀ ମନୋଜ କୁମାର ପଟ୍ଟନାୟକ ସ୍ଥାନୀୟ ବିନୋଦିନୀ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଥିବା ବେଳେ ମାତା ଶ୍ରୀମତୀ ଜେ. ସୌଜନ୍ୟା ସ୍ଥାନୀୟ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ। ଉଭୟ ପିତାମାତା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନରେ ସେ ଏହି ସଫଳତା ହାସଲ କରିଥିବା ଜଣାପଡିଛି। ଏହି ୭ ଦିନିଆ ଭବ୍ୟ କାର୍ଯ୍ୟକ୍ରମରେ ମାନବୀୟ ମୂଲ୍ୟ ଭିତ୍ତିକ ବିଷୟ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ତାଙ୍କ ସହ ତତ୍ୱାବଧାରିକା ତଥା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତି ନିଜର ଉପସ୍ଥାପନ ରଖି ସେ ମଧ୍ୟ ସମ୍ମାନିତ ହୋଇଛନ୍ତି | ଏହି ମାନବୀୟ ମୂଲ୍ୟବୋଧ ବିଷୟଭିତ୍ତିକ ଗବେଷଣାତ୍ମକ ପ୍ରୟୋଗ ପିଲାଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିବ ବୋଲି ଶୁଭଙ୍କର ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.