ଗଜପତି,୧୦.୮(ମନୋଜ ପାଢ଼ୀ)-:-ଓଡ଼ିଶା ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମର୍କିତ ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ ଥିବା କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବାର ପ୍ରୟାସ କରାଯାଉଥିବା ବିଭାଗୀୟ ପ୍ରକ୍ରିୟାରୁ ଜଣାପଡିଛି। ଏଣୁ ସାରା ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିବା ସହ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବତ ଅପରିବର୍ତ୍ତିତ ରଖାଯିବା ସହିତ ଏଥିରେ ସାମ୍ବାଦିକଙ୍କ ପିତା ମାତାଙ୍କୁ ଅନ୍ତର୍ଭୁକ୍ତ କରାଯିବା ପାଇଁ ଦାବି କରାଯାଇଛି । ଏଥି ସହିତ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବାର ପ୍ରୟାସରୁ ଓହରିବା ସହ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବତ ସ୍ବତନ୍ତ୍ର ଭାବେ ଚାଲୁ ରଖିବା ପାଇଁ ନିବେଦନ କରାଯାଇଛି।
ଏହି କାର୍ଯ୍ୟକ୍ରମ ଜିଲ୍ଲା ଶାଖାର ସଭାପତି ଶ୍ରୀ ଅମିତ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ ସଂଘର ଉପଦେଷ୍ଟା ଶ୍ରୀ ରାଜେନ୍ଦ୍ର କୁମାର ରଥ,ଜି.କୁର୍ମା ରେଡ୍ଡି, ଲକ୍ଷ୍ମୀକାନ୍ତ ପାଢୀ, କୈଳାସ ଚନ୍ଦ୍ର ଗୌଡ଼, ଭାସ୍କର ସ୍ବାଇଁ, ଯଦୁମଣି ଦଳେଇ,ପି. ତେଜେଶ୍ୱର ରାଓ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା, ସାମ୍ବାଦିକଙ୍କ ସୁରକ୍ଷା, ସାମ୍ବାଦିକ କଲ୍ୟାଣ ଓ ଅଧିକାର ସମ୍ପର୍କିତ ବିଷୟରେ ସରକାର ଦୃଷ୍ଟି ଦେଇ ଯଥାଶୀଘ୍ର ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.