ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା କଲେଜ ଛକ ନିକଟରେ ଜନତାଙ୍କ ମୌଳିକ ଅଧିକାର ଉପରେ ସରକାରଙ୍କର ଆକ୍ରମଣକୁ ତୀବ୍ର ବିରୋଧ କରି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦେଶବ୍ୟାପୀ ଡାକରା ଦିଆଯାଇଥିବା ‘ଆଇନ୍ ଅମାନ୍ୟ ଓ ଜେଲଭରୋ’ ଆନ୍ଦୋଳନର ଅଂଶବିଶେଷ ଭାବେ ଗଜପତିରେ ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରର ବିଜେପି-ଆରଏସଏସ ସରକାରଙ୍କ ପୁଞ୍ଜିପତି ଓ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ଆନ୍ଦୋଳନକାରୀମାନେ କଠୋର ନିନ୍ଦା କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ୪ଟି ‘ଶ୍ରମ କୋଡ୍’ ଶ୍ରମିକମାନଙ୍କ ସ୍ୱାର୍ଥ ବିରୋଧୀ ହୋଇଥିବାରୁ ଏହାକୁ ତୁରନ୍ତ ବାତିଲ କରିବା ପାଇଁ ଦାବି ଜଣାଇଛନ୍ତି। କୃଷକ ଏବଂ ଆଦିବାସୀମାନଙ୍କୁ କ୍ଷତି ପହଞ୍ଚାଉଥିବା ନୀତିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ସରକାରୀ ଅବହେଳାକୁ ପ୍ରସଙ୍ଗ କରି ଛାତ୍ର ଏବଂ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଦାବି ଉପସ୍ଥାପନ କରାଯାଇଛି।
କେନ୍ଦ୍ର ସରକାରଙ୍କ ଏହିସବୁ ଜନବିରୋଧୀ ନୀତି ବିରୋଧରେ ସଂଗଠନର ନେତୃବୃନ୍ଦ ତଥା ସାଧାରଣ ଜନତା ଏକାଠି ହୋଇ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଯଦି ସରକାର ଏହି ଦାବିଗୁଡ଼ିକୁ ନ ମାନନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.