ଗୋଷ୍ଠୀ ଶୌଚାଳୟ ନିର୍ମାଣ ଘଟଣା ! ପ୍ରଶାସନ ପକ୍ଷରୁ ଆଲୋଚନା ବିଫଳ : ଅନଶନ ଜାରି

0

ପଟ୍ଟାମୁଣ୍ଡାଇ ୮/୮:  ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନଶନ ଆଜି ଚତୃର୍ଥ ଦିନରେ ପହଞ୍ଚିଛି । ସରକାରୀ ରାସ୍ତା ଉପରେ ଗୃହ ନିର୍ମାଣ କରାଯାଉଥିବା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିକରି ଗତ ବୁଧବାର ଠାରୁ ମାଳିପୁର ଗ୍ରାମର କେତେଜଣ ଯୁବକ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଥିଲେ ।ମାତ୍ର ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ହେଁ କୈାଣସି ସୁଫଳ ମିଳିପାରି ନଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆଣିଵା ଓ ଅନଶନ ପ୍ରତ୍ୟାହୃତ କରିବାପାଇଁ ଗତ ଶୁକ୍ରବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଵିଡିଓ ଶୀତଲ ଅଗ୍ରୱାଲ, ତହସିଲଦାର ପଞ୍ଚାନନ ନାୟକ ଓ ଆଦର୍ଶଥାନା ଆଇଆଇସି ବନ୍ଦନା ପାତ୍ର ମିଳିତ ଭାଵେ ଅନଶନକାରୀ‌ ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ।ଦୀର୍ଘ଼ ସମୟ ଧରି ଶାନ୍ତିପୂର୍ଣ୍ଣ ଆଲୋଚନା ଚାଲିଥିଲେ ସୁଦ୍ଧା ଅନଶନକାରୀଙ୍କ‌ ଦାବୀ ଉପରେ କୈାଣସି ସ୍ପଷ୍ଟ ପ୍ରତିଶ୍ରୁତି ବା ଲିଖିତ ସମାଧାନ ମିଳିପାରି ନଥିଲା।ତେଣୁ ଏହି ବୈଠକ ସଂପୂର୍ଣ୍ଣ ବିଫଳ ହୋଇଥିଲା।

ଏନେଇ ପଟ୍ଟାମୁଣ୍ଡାଇ ତହସିଲଦାର ଶ୍ରୀ ନାୟକଙ୍କୁ ପଚାରିବାରେ ଉଭୟପକ୍ଷ ଦାବୀକୁ ଅନୁଧ୍ୟାନ କରି ଗତକାଲି ସନ୍ଧ୍ୟାରେ ଉଭୟପକ୍ଷଙ୍କ ସହିତ ମିଳିତ ବୈଠକ ହୋଇଥିଲା। ବ୍ଲକ ପ୍ରଶାସନ ଦ୍ଵାରା ନିର୍ମାଣଧିନ ଏହି ପ୍ରକଳ୍ପ ସମ୍ପର୍କରେ ସ୍ପଷ୍ଟିକରଣ ଵିଡିଓ ଦେଇଥିଲେ। ମାତ୍ର ଅନଶନକାରୀ ମୂଳ ଅଭିଯୋଗକୁ ଏଡ଼ାଇଯାଇ ପୂର୍ଵ ଅଭିଯୋଗ ଲାଇଟଲଗା ଅଭିଯୋଗ ଉପସ୍ଥାପନ କରିଥିଲେ।ଵିଡିଓ ଶ୍ରୀମତୀ ଅଗ୍ରୱାଲ ବିଦ୍ୟୁତ ବିଭାଗ ସହିତ କଥା ହୋଇଥିଲେ।ହେଲେ ଅନଶନକାରୀ ବିଭିନ୍ନ ଦାବି ପୂରଣ କରିବାକୁ ନିଜ ଜିଦ୍ ରେ ଅଟଳ ରହିଥିଲେ।ଫଳରେ କୈାଣସି ସୁଫଳ ମିଳିପାରିନଥିଲା ପ୍ରକାଶଯେ,ଶନି ମନ୍ଦିର ନିକଟ ସରକାରୀ ରାସ୍ତା ଉପରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବା ଅଭିଯୋଗ ବିରୋଧର ଆଇନଗତ କାର୍ଯ୍ୟନୁଷ୍ଠାନ ଦାବିକରି ପଟ୍ଟାମୁଣ୍ଡାଇ ତହସିଲ ସମ୍ମୁଖରେ ଅନଶନ ଆରମ୍ଭ ହୋଇଥିଲା।ଗତ ଗୁରୁବାର ଏହି ଅନଶନକୁ ବିରୋଧକରି ଶାସନ ପଞ୍ଚାୟତର କିଛି ମହିଳା ଓ ପୁରୁଷମାନେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବା ସହିତ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିବାକୁ ଦାବି କରିଥିଲେ।

Leave A Reply

Your email address will not be published.