ଭୁବନେଶ୍ୱର: ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ଗୁରୁବାର ଲୋକ ଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍ପରିକ ବିକାଶ ଏବଂ ଉଭୟ ରାଜ୍ୟର ସାଧାରଣ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ମତବିନିମୟ ହୋଇଛି। ଏହି ଅବସରରେ ଶ୍ରୀ କମ୍ଭମପାଟି ଛତିଶଗଡ଼ ରାଜ୍ୟପାଳ ଶ୍ରୀ ଡେକାଙ୍କୁ ଓଡ଼ିଶାରେ ସୁଖଦ ଓ ସ୍ମରଣୀୟ ଗସ୍ତ ପାଇଁ ଶୁଭେଚ୍ଛା ଜଣାଇଥିଲେ।