ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ଧାରଣା
ପଟ୍ଟାମୁଣ୍ଡାଇ୫/୮: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ମହାବିଦ୍ୟାଳୟକୁ ସରକାରୀ ଅନୁଦାନ ଯୋଗାଇବା,ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମସ୍ତ ଶିକ୍ଷକ ଶିକ୍ଷା କର୍ମଚାରୀଙ୍କ ଚାକିରୀ ସର୍ତ୍ତା ବଳୀ ପେନସନ ଓ ଅବସର କାଳୀନ ସୁବିଧା ଯୋଗାଇବା, ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି,ଶିକ୍ଷକ କର୍ମଚାରୀ ଙ୍କ ଗ୍ରେଡ଼ ପେ ରେ ଅସଂଗତି ଦୂରୀ କରଣ,ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ୨୦୦୪ରୁ ୨୦୧୩ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ବଦଳରେ ପୁରାତନ ପେନସନ ପ୍ରଦାନ ଆଦି ୬ଦଫା ଦାବୀ ନେଇ ପଟ୍ଟାମୁଣ୍ଡାଇ ଓଷ୍ଟା ସଭାପତି ବିଜୟ କୁମାର ଆଚାର୍ଯ୍ୟ ଓ ସମ୍ପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶିକ୍ଷକ ନେତା ଚିତ୍ତ ରଞ୍ଜନ କବି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ରବୀନ୍ଦ୍ର ପରିଡା ଚାରୁଲତା ଭୂୟାଁ ମଧୁଛନ୍ଦା ଶର୍ମା,ପ୍ରଭାତ ନଳିନୀ ସାମଲ ଅକ୍ଷୟ କୁମାର ନନ୍ଦ ସୁଷମା ଧଳ ମଳୟ ମଞ୍ଜରୀ ପଣ୍ଡା,ଚିନ୍ମୟ ସୁନ୍ଦର ସାହୁ,ନମିତା ନାୟକ ଲୋପାମୁଦ୍ରା ଜେନା, ସୌଦାମିନୀ ତ୍ରିପାଠୀ ସୁଲୋଚନା ରାଉତ ବନ୍ଦିତା ସାମଲ ସୁକାନ୍ତ ପୃଷ୍ଟି,ବୀରେନ୍ଦ୍ର କୁମାର ସାମଲ ଅନୁସୂୟା ନାୟକ ବିଷ୍ଣୁପ୍ରିୟା ଦାଶ ସବିତା ଜେନା ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖ ରେ ଧାରଣା ଦେଇଥିଲେ I ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ୬ଦଫା ସମ୍ବଳିତ ଦାବୀପତ୍ର ପଟ୍ଟାମୁଣ୍ଡାଇ ବି ଡ଼ି ଓ ଶୀତଲ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଥିଲା I