ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

0

ଭୁବନେଶ୍ୱର: ମହାନଦୀ ସମୁଦ୍ର ବେସିନ୍ ରେ ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ ହୋଇଛି। ଏହାକୁ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ଭାରତର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଅଭିଯାନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କେନ୍ଦ୍ର ଭାବେ ଉଭା ହେଉଛି।

ONGCର ଏହି ପଦକ୍ଷେପ ଘରୋଇ ଶକ୍ତି ଉତ୍ପାଦନ ବଢ଼ାଇବା ସହ ଆମଦାନୀ ନିର୍ଭରତା ହ୍ରାସ କରିବ। ଏହା ଓଡ଼ିଶାକୁ ଦେଶର ପରବର୍ତ୍ତୀ ପ୍ରମୁଖ ଶକ୍ତି କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଅଭିଯାନକୁ ଆଗେଇ ନେଉଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ONGC ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.