ନବରଙ୍ଗପୁର: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କୋରାପୁଟ କ୍ଲଷ୍ଟର ପକ୍ଷରୁ ନବରଙ୍ଗପୁର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ‘ରାଷ୍ଟ୍ରୀୟ ଏକତା ପର୍ବ’ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷ ହିତେଶ କୁମାର ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
କୋରାପୁଟ କ୍ଲଷ୍ଟର ଅଧୀନ ୮ଟି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସଙ୍ଗୀତ, ନୃତ୍ୟ, ଲୋକକଳା, ଚିତ୍ରାଙ୍କନ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ‘ବିବିଧତା ମଧ୍ୟରେ ଏକତା’ର ବାର୍ତ୍ତା ପ୍ରଦାନ କରିଥିଲେ। ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ ମାଧ୍ୟମରେ ଓଡ଼ିଶା ସହ ପଞ୍ଜାବ ଓ ହରିୟାଣାକୁ ସଂଯୋଗ କରାଯାଇଛି।
Comments are closed.