ସମ୍ବଲପୁର ସହରର ଦୁର୍ଦ୍ଦଶା ପାଇଁ ଦାୟୀ କିଏ?

0

ସମ୍ବଲପୁର :  ତା ୨୫/୦୭/୨୦୨୬ ରିଖ ସମ୍ବଲପୁର ସହରରେ ସାମାନ୍ୟ ବର୍ଷା ହେଲେ ରାସ୍ତାଘାଟ ପାଣିରେ ବୁଡ଼ିଯାଉଛି। ବହୁ ଅଞ୍ଚଳରେ ଘର ଭିତରକୁ ପାଣି ପଶୁଛି, ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ପ୍ରତିବର୍ଷ ସମାନ ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦେଖାଯାଉନାହିଁ।

ଶ୍ରୀ ଜୟନାରାୟଣ ମିଶ୍ର ଦୀର୍ଘ ୨୨ ବର୍ଷ ଧରି ସମ୍ବଲପୁରର ବିଧାୟକ ରହିଛନ୍ତି। ଏତେ ଦୀର୍ଘ ସମୟ ଜନପ୍ରତିନିଧି ହୋଇ ମଧ୍ୟ ସହରର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରିପାରି ନାହାନ୍ତି।

ସମ୍ବଲପୁର ପାଇଁ Storm Water Management Plan ପ୍ରସ୍ତୁତ କରିବାକୁ କେବେ ଦାବି କରିଛନ୍ତି କି?

Drainage Master Plan ପ୍ରଣୟନ ପାଇଁ ସରକାରଙ୍କୁ କୌଣସି ଚିଠି ଲେଖିଛନ୍ତି କିମ୍ବା ପଦକ୍ଷେପ ନେଇଛନ୍ତି କି?

ସହରର ଭବିଷ୍ୟତକୁ ଦୃଷ୍ଟିରେ ରଖି Scientific Town Planning ପାଇଁ କେବେ ପ୍ରୟାସ କରିଛନ୍ତି କି?

ବିଧାନସଭାରେ ସମ୍ବଲପୁରର ଜଳନିଷ୍କାସନ, ଜଳବନ୍ଦୀ, ରାସ୍ତା ଓ ଡ୍ରେନ୍ ସମସ୍ୟାକୁ କେତେଥର ଉଠାଇଛନ୍ତି?

ସହରର ପରିସ୍ଥିତି ଅତ୍ୟନ୍ତ ଦୟନୀୟ

ସହରର ବହୁ ସ୍ଥାନରେ ରାସ୍ତା କଡ଼ରେ ଆବର୍ଜନା ଗଦା ହୋଇ ପଡ଼ିରହୁଛି। ଅନେକ ଅଞ୍ଚଳରେ ଗାଇ ଗୋରୁ ମାନେ ପଡ଼ିଥିବା ପଲିଥିନ୍ ଖାଉଥିବାର ନଜିର୍ ରହୁଛି। ମହାନଦୀରେ ମଧ୍ୟ ଅନେକ ସମୟରେ ପ୍ଲାଷ୍ଟିକ ଏବଂ ପଲିଥିନ୍ ଯୁକ୍ତ ଆବର୍ଜନା ଫିଙ୍ଗା ଯାଉଛି, ଯାହା ମହାନଦୀର ସ୍ୱଚ୍ଛ ପାଣିକୁ ବିଷରେ ପରିଣତ କରୁଛି।

ଅଧିକାଂଶ ଡ୍ରେନ୍ ଅପରିଷ୍କାର ଓ ଜାମ୍ ହୋଇଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ।

ଅନେକ ରାସ୍ତା ଭାଙ୍ଗିରୁଜି ଗର୍ତ୍ତରେ ପରିଣତ ହୋଇଛି।

ବର୍ଷା ଆସିଲେ ପ୍ରତିବର୍ଷ ସମାନ ସମସ୍ୟା, କିନ୍ତୁ ସ୍ଥାୟୀ ସମାଧାନ ନାହିଁ।

ସହରର ବିକାଶ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଛି।

ସମ୍ବଲପୁରରେ ପିଇବା ପାଣିର ସମସ୍ୟା ଆଜି ମଧ୍ୟ ଗୁରୁତର। ଅନେକ ଅଞ୍ଚଳରେ ଅନିୟମିତ ଜଳ ଯୋଗାଣ, ଲିକେଜ୍ ପାଇପ୍ ଏବଂ ପାଣିର ଗୁଣବତ୍ତାକୁ ନେଇ ଲୋକମାନେ ଅଭିଯୋଗ କରୁଛନ୍ତି। ପୂର୍ବରୁ ମଧ୍ୟ ଜଳ ପ୍ରଦୂଷଣକୁ ନେଇ ସ୍ୱାସ୍ଥ୍ୟ ଚିନ୍ତା ପ୍ରକାଶ ପାଇଛି।

କିଛିଦିନ ପୂର୍ବରୁ ମହାନଦୀ କୂଳରେ ଏକ ଘରୋଇ ମେଡିକାଲ ସଂସ୍ଥା ପକ୍ଷରୁ ବିପଜ୍ଜନକ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ଫିଙ୍ଗାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ପରିବେଶ ଓ ଜନସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ। ଏଭଳି ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ ଏଭଳି ଅବହେଳା ପୁଣି ନ ଘଟେ ସେଥିପାଇଁ କଡ଼ା ନଜରଦାରୀ ବ୍ୟବସ୍ଥା କରାଯିବା ଆବଶ୍ୟକ।

ସହରରେ ଅନେକ ଅଞ୍ଚଳରେ Street Light ର ବ୍ୟବସ୍ଥା ନାହିଁ ଏବଂ ଅନେକ ଅଞ୍ଚଳରେ ଠିକ୍ ଭାବରେ ଜଳୁନାହିଁ।

ସରକାର ଏବଂ ପ୍ରଶାସନ ର ଚରମ ଅବହେଳା ଏବଂ ଦାୟିତ୍ବହୀନତା ଯୋଗୁଁ ମାଁ ସମଲେଶ୍ବରୀଙ୍କ ସୁନ୍ଦର ସହର ଆଜି Dustbin ସହରରେ ପରିଣତ ହୋଇସାରିଲାଣି। ମାନ୍ୟବର ହାଇକୋର୍ଟ ସମ୍ବଲପୁର ମହାନଗର ନିର୍ବାଚନ ପାଇଁ ବହୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ସରକାରଙ୍କ ଆନ୍ତରିକତା ଅଭାବରୁ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଶାସକ ଦଳର ଠିକାଦାର ଏବଂ କର୍ମଚାରୀ ମାନଙ୍କ ମଧୁଚନ୍ଦ୍ରିକା ରେ ମହାନଗର ନିଗମ ଦୁର୍ନୀତିର ଗନ୍ଥାଘର ପାଲଟିଛି।

ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି ଏବଂ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ଭୟ ସୃଷ୍ଟି ହେଉଛି। ବର୍ତ୍ତମାନ ବର୍ଷା କମିବାରୁ ଜଳ ନିଷ୍କାସନ ହେଉଥିବା ବେଳେ, ବସ୍ତି ମାନଙ୍କରେ ବିଭିନ୍ନ ପ୍ରକାର ରୋଗ, ମହାମାରୀ ହେବାର ଆଶଙ୍କା ରହୁଛି, ଏଥିପ୍ରତି ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ କଣ ସବୁ ଏପର୍ଯ୍ୟନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି?

ବର୍ତ୍ତମାନର ବିଧାୟକ ବିଜୁ ଜନତା ଦଳ ର ସରକାର ଥିବା ବେଳେ ୨୪ ବର୍ଷ ମଧ୍ୟରେ ସେ ମଧ୍ୟ ଦୀର୍ଘ ୧୦ ବର୍ଷ ସରକାରଙ୍କ ସହିତ ମିଶି କି ରହିଥିଲେ ଏବଂ ସେ ସମୟରେ ମନ୍ତ୍ରୀ ମଧ୍ୟ ଥିଲେ, ଏହା ସହ କେନ୍ଦ୍ରରେ ମଧ୍ୟ ତାଙ୍କ ସରକାର ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ଶାସନରେ ରହିଛି। ଯଦି ଦେଖିବା ସେ ତାଙ୍କର ପ୍ରତିନିଧିତ୍ଵ ସମୟରେ ମୋଟାମୋଟି ଭାବରେ ପୂର୍ଣ୍ଣ ସମୟରେ କେନ୍ଦ୍ର ହେଉ ଅବା ରାଜ୍ୟ ହେଉ ସରକାରରେ ରହିଛନ୍ତି। ଏଥିପାଇଁ ସେ ପୂର୍ବ ସରକାରକୁ ସହର ଅବ୍ୟବସ୍ଥା ପାଇଁ ଦୋଷ ନ ଦେବା ଉଚିତ୍ ହେବ। ପ୍ରକୃତରେ ତାଙ୍କର ଯଦି ଆନ୍ତରିକତା ରହିଥିବ ତେବେ ସେ ଏ ପର୍ଯ୍ୟନ୍ତ ସହରର ଅନେକ ସମସ୍ୟାର ସମାଧାନ କରିପାରିଥାନ୍ତେ।

1. ସମ୍ବଲପୁର ପାଇଁ ତୁରନ୍ତ Storm Water Management Plan ଓ Drainage Master Plan ପ୍ରସ୍ତୁତ କରାଯାଉ।

2. ସହରର ସମସ୍ତ ଜାମ୍ ଡ୍ରେନ୍ ସଫା କରି ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉ।

3. ଭଙ୍ଗା ରାସ୍ତାର ମରାମତି ଓ କଚରା ପରିଚାଳନାକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉ।

4. ମହାନଦୀରେ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ଫିଙ୍ଗା ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦିଆଯାଉ।

5. ସମ୍ବଲପୁରର ସହରୀ ବିକାଶ ପାଇଁ ଏକ ଦୀର୍ଘମିଆଦି ଯୋଜନା ସାର୍ବଜନୀନ କରାଯାଉ।

6. ସମ୍ବଲପୁର ବିଧାୟକ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଏକ ଶ୍ୱେତପତ୍ର ଜାରି କରନ୍ତୁ, ଏ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟା ମାନଙ୍କ ସମାଧାନ ନିମନ୍ତେ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବଲପୁରର ଲୋକମାନେ ବିକାଶର ପ୍ରତିଶ୍ରୁତି ନୁହେଁ, ବାସ୍ତବ ପରିବର୍ତ୍ତନ ଚାହୁଁଛନ୍ତି। ପ୍ରତିବର୍ଷ ସମାନ ସମସ୍ୟାର ପୁନରାବୃତ୍ତି ପ୍ରଶାସନିକ ବିଫଳତାର ସଙ୍କେତ। ଜନପ୍ରତିନିଧିମାନେ ଏହାର ଜବାବ ଦେବା ଉଚିତ। ଯଦି ୧୫ ଦିନ ମଧ୍ୟରେ ଏହି ସବୁ ସମସ୍ୟା ମାନଙ୍କର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ସରକାର ଏବଂ ପ୍ରଶାସନ ଙ୍କୁ ବୃହତ୍ ଜନଆନ୍ଦୋଳନ ର ସମ୍ମୁଖୀନ ହେବାକୁ ପଡ଼ିବ।

Leave A Reply

Your email address will not be published.