ସ୍ମରଣ
ଭକ୍ତି ଭିତରେ ଅଛେ ନବଧା ଭକ୍ତି
ସବୁନୁ ବଢିଆଁ ସ୍ମରଣ
ଭାବ ଥିଲେ ସିନା ଭକତି ହେବା
ସେ ଭକ୍ତିନେ ଭକ୍ତ ଲୀନ।।
ତାଙ୍କରଠାନେ ଅଗାଢ ଭକ୍ତି ତ
ମନସ୍କାମନା ଯେ ପୂରଣ
ଭଜନ କୀର୍ତ୍ତନ ଯେତେ ଯାହା
ଗୁଟେ ଅଛେ ମାର୍ଗ ସ୍ମରଣ।।
ଅନ୍ତର୍ଯ୍ୟାମୀ ବୋଲି ସବୁ ଜଣା
ଗୁହାରି ଜରୁରୀ ନାଇଁ
ସମିଆ ଅସମିଆ ସ୍ମରଣ କଲେ
ଆଶରା ତାଙ୍କର ପାଇଁ।।
ଅନିଏ ଅନୀତି ଦୁର୍ନୀତି ସଁସାର
ମୋର ମୋର ବୋଲି ବାୟା
ମଲାବେଲକେ ସାଙ୍ଗେ କିଛି ନାଇଁ
ଛୁଚାଥି ମୁନୁଷ ହେସି ବାୟା।।
ଦୁନିଆଁଟା ଗୁଟେ ରଙ୍ଗମଞ୍ଚ ସିନା
ଦୁଇ ଦିନିଆଁ ଇ ଜୀବନ
ଆତ୍ମାର ସାଙ୍ଗେ ପରମାତ୍ମା ମିଳନ
ରାହା ଏକା ହିଁ ସ୍ମରଣ।।
ଦେବେନ୍ଦ୍ର କୁମାର ନାଏକ
ତରଭା, ସୁବର୍ଣ୍ଣପୁର