ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା। କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୱାର୍ଡ ସଭ୍ୟ ସଭ୍ୟା। ୨୭ରେ ହେବ ଭୋଟିଂ।
କେନ୍ଦ୍ରାପଡ଼ା : ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା। କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୱାର୍ଡ ସଭ୍ୟ ସଭ୍ୟା। ୨୨ରୁ ୨୧ ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ଆଣିଛନ୍ତି। ଜୁଲାଇ ୨୩ରେ ଏ ନେଇ ସବ୍ କଲେକ୍ଟର ଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ୱାର୍ଡ ମେମ୍ବର ମାନଙ୍କ ଠାରୁ ଅନାସ୍ଥା ପତ୍ର ପାଇବା ପରେ ମହାକାଳପଡା BDO ଙ୍କୁ ପତ୍ର ଲେଖି ଜନାଇଛନ୍ତି ଉପଜିଲ୍ଲାପାଳ। ୨୭ ତାରିଖରେ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ଯାଞ୍ଚ କରାଯିବ। ଏଥିପାଇଁ ସବ କଲେକ୍ଟର ଅଫିସରେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।