ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ଭକ୍ତଗଣ ବିମୋହିତ, ଆନନ୍ଦରେ ଟାଣିଲେ ରଥ

0

ପୁରୀ: ଆଜି ପବିତ୍ର ବାହୁଡାରେ ପ୍ରଭୃଙ୍କ ସୁନ୍ଦର ରୂପ ଦେଖି ବିମୋହିତ ହୋଇଛନ୍ତି ଭକ୍ତଗଣ। କଳାମଚମଚ ମୁହଁ ସହିତ ରଂଗବେରଗର ଫୁଲରେ ତିଆରି ଟାହିଆ ଭକ୍ତଙ୍କୁ ପାଗଳ କରିଦେଇଛି। ଆଜି ପବିତ୍ର ବାହୁଡାରେ ପ୍ରଭୃ ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଜି ଅପରାହ୍ନ ସାଢେ ଚାରିଟାରେ ରଥ ଟଣା ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୃ ବଳଦେବ ଏବଂ ପରେ ପରେ ମା ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଟାଣି ଟାଣି ନେଇଛନ୍ତି।

ଆଜି ବାହୁଡା ଉପଲକ୍ଷେ ସକାଳୁ ଆରମ୍ଭ ହୋଇଯାଇଛି ବିଭିନ୍ନ ନୀତି। ଦିନ ଏଗାରଟା ବେଳେ ଆରମ୍ଭ ହୋଇଥିଲା ପହଁଣ୍ଡି ବିଜେ। ପ୍ରଥମେ ପ୍ରଭୃ ସୁଦର୍ଶନଙ୍କୁ ସେବକମାନେ ତିନି ରଥ ଚାରିପାଖେ ବୁଲାଇ ମା ସୁଭଦ୍ରାଙ୍କ ରଥରେ ବିଜେ କରାଇଥିଲେ। ଏହାପରେ ପ୍ରାୟ ଦିନ ଏଗାରଟା ତିରିଶିରେ ଆସିଥିଲେ ବଡଭାଇ ବଳଭଦ୍ର। ଏହାପରେ ମା ସୁଭଦ୍ରା ମଧ୍ୟ ପହଁଣ୍ଡିରେ ଆସିଛନ୍ତି। ସେବକମାନେ ପ୍ରଭୃ ବଳଭଦ୍ରଙ୍କୁ ଧିରେଧିରେ ପହଁଣ୍ଡି କରାଇ ରଥରେ ବିଜେ କରାଇଛନ୍ତି। ଏହାପରେ ମା ସୁଭଦ୍ରା ଏବଂ ପ୍ରଭୃ ଜଗନ୍ନାଥ ରଥରେ ବିଜେ ହୋଇଥିଲେ।

ଏହାପରେ ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ ହୋଇଥିଲା। ତିନିରଥରେ ଛେରାପହଁରା ପରେ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ପ୍ରଭୃ ବଳଭଦ୍ରଙ୍କ ରଥ ଟଣାଯାଇଥିଲା। ଏହାପରେ ପରେ ମା ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଆନନ୍ଦର ସହିତ ଟାଣିବାରେ ଲାଗିଛନ୍ତି। ସେହିପରି ଘିଡିଘିଡି ନାଦରେ ପ୍ରଭୃ ଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ଆଡକୁ ମାଡି ଚାଲିଛି।

Leave A Reply

Your email address will not be published.