ଖୁସି ଖବର ; ବଢିଲା ମହଙ୍ଗା ଭତ୍ତା

0

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ ଓ ଖୁସି ଖବର। ବଢିଲା ମହଙ୍ଗା ଭତ୍ତା। ଜିନିଷର ଦରଦାମ୍ ବୃଦ୍ଧି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଖବର। ମହଙ୍ଗା ଭତ୍ତା ୫% ବୃଦ୍ଧି କରାଯାଇଛି। ୨୫୭%ରୁ ବୃଦ୍ଧି ପାଇ ୨୬୨% ହେଲା ମହଙ୍ଗା ଭତ୍ତା। ତେବେ ଏହା ପିଛିଲା ଭାବେ ଜାନୁଆରୀରୁ ଲାଗୁ ହେବା ନେଇ ବିଜ୍ଞପ୍ତି ଜାରି ହୋଇଛି। ଜୁଲାଇ ମାସ ଦରମାରେ ମିଳିବ ବକେୟା ଅର୍ଥ। ଜାନୁଆରୀ ୧ ରୁ ପିଛିଲା ଭାବେ ଲାଗୁ ହୋଇଥିବାରୁ କର୍ମଚାରୀମାନେ ବର୍ତ୍ତମାନର ବଢିଥିବା ଭତ୍ତା ସହ ବକେୟା ଟଙ୍କା ମଧ୍ୟ ପାଇବେ। ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ଉପକୃତ ହେବେ।

Leave A Reply

Your email address will not be published.