ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

0

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅବସରରେ ସାରା ଭାରତର ଅନେକ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ, ବେଷ୍ଟ କଂସେପ୍ଟ କ୍ରିଏଟର, ସ୍କ୍ରିନପ୍ଲେ, ଅଭିନେତା, ଅଭିନେତ୍ରୀ, କାହାଣୀକାର, ସିନେମାଟୋଗ୍ରାଫର, ମେକଅପ ଆର୍ଟିଷ୍ଟ ଆଦି ଅନେକ କଳାକାର ଏକତ୍ରିତ ହୋଇଥିଲେ। ବିଭିନ୍ନ ବର୍ଗରେ ସର୍ବୋତ୍ତମ ଘୋଷଣା ହୋଇଥିବା କଳାକାର, ଟେକ୍ନିସିଆନ୍ସମାନଙ୍କୁ ସମ୍ମାନିତ କରିବା ସହିତ ୭୦ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋଲକ ପ୍ରସାଦ ମହାପାତ୍ର, ପ୍ରମୁଖ ଯୋଗଦେଇଥିଲେ। ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ତରଫରୁ ଶ୍ରୀନିବାସ ମାମିଡାଲା (ପ୍ରଯୋଜକ ଏବଂ ବିତରକ, ଇଫମା ତେଲେଙ୍ଗାନାର ସଭାପତି), ଦିଲ୍ଲୀପ କୁମାର (ମାନବ ସମ୍ବଳ ଜାତୀୟ ରାଷ୍ଟ୍ରପତି), (ଆଇଏଫଏମଏ), ଗୋବିନ୍ଦରାଜୁ ଭି (ପ୍ରଯୋଜକ କର୍ଣ୍ଣାଟକ), ପୁଲାଗାମ ରାମଚନ୍ଦ୍ର ରେଡ୍ଡୀ (ଜାତୀୟ ସଚିବ,ଇଫମା), ଅନିଲ ବାବୁ (ଏପି ସଚିବ) ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବିଭିନ୍ନ ଭାଷାରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଓଡ଼ିଆ ଭାଷାର ସର୍ବୋତ୍ତମ ପରିବେଶ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ପାଣି କୁ ମିଳିଥିଲା। ଯାହାକୁ ରଚନା ଏବଂ ପ୍ରଯୋଜନା କରିଛନ୍ତି ଅରୁଣ ମହାରଣା। ସେହିପରି ଜିଜ୍ଞାସା ଅନ୍ଵେଷ ଙ୍କୁ ୱାନ୍ସ ଓଡ଼ିଆ ପାଇଁ ପୁରସ୍କାର ମିଳିଥିଲା। ତେଲୁଗୁ ଭାଷାର କ୍ଷୁଦ୍ର ଚଳଚ୍ଚିତ୍ର ଭାବରେ ମାଆ ଇଲ୍ଲୁ, ଶ୍ରେଷ୍ଠ ନିର୍ଦ୍ଦେଶକ ଅନ୍ଵର ଆଜାଦ ଙ୍କୁ ଖେଲୁଙ୍ଗା (ହିନ୍ଦୀ), ଶ୍ରେଷ୍ଠ ପ୍ରଯୋଜକ ଦାମାରାଜୁ ଜାନକୀ ରାଣୀ ଙ୍କୁ ଆଇ ଲଭ ଗୀତା (ତେଲୁଗୁ), ମୁରାରୀ ପ୍ରସାଦ ସାହୁ ଙ୍କ ଶ୍ରେଷ୍ଠ ସାମାଜିକ କ୍ଷୁଦ୍ର ଚଳଚ୍ଚିତ୍ର ନିଘା, ମନ୍ମୟ ଦେ ଏବଂ ଟିମ୍ କୁ ପାଉଁରୁଟି ଚଳଚ୍ଚିତ୍ର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଭାଷାର ଶ୍ରେଷ୍ଠ ଡ୍ରାମା ଫିଲ୍ମ ମୋ ଗାଁ କୁ ରାସ୍ତା ନାହିଁ ପୁରସ୍କାର ମିଳିଛି।

Leave A Reply

Your email address will not be published.