ଗଜପତି 13/7(ମନୋଜ ପାଢ଼ୀ) :ଆଗାମୀ 16 ତାରିଖ ଦିନ ତିନି ଠାକୁରଙ୍କ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି ।ଏହି ରଥଯାତ୍ରା ପାଇଁ ପାରଳାଖେମୁଣ୍ଡି ସହରରେ 3 ଗୋଟି ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପାରଳାଖେମୁଣ୍ଡି ସହରର ଓଡିଆ ପାରଳା ସାହିର କୁନି କୁନି ଭକ୍ତମାନଙ୍କ ନିଆରା ପ୍ରୟାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତି ଓ ଶ୍ରଦ୍ଧାକୁ ଆଧାର କରି ସେମାନେ ନିଜ ହାତରେ ଏକ ସୁନ୍ଦର ଛୋଟିଆ ତଥା କୁନି ରଥ ନିର୍ମାଣ କରିଛନ୍ତି । ଏହି ରଥର ନାମ ସେମାନେ ସ୍ନେହ ଓ ଶ୍ରଦ୍ଧାର ସହ “ଶ୍ରଦ୍ଧା ନନ୍ଦିଘୋଷ” ରଖିଛନ୍ତି । ରଙ୍ଗବେରଙ୍ଗର ସାଜସଜ୍ଜା, ପାରମ୍ପରିକ ଶୈଳୀ ଏବଂ ଆକର୍ଷଣୀୟ କାରୁକାର୍ଯ୍ୟରେ ସୁସଜ୍ଜିତ ଏହି କୁନି ରଥ ସ୍ଥାନୀୟ ଲୋକଙ୍କ ସମେତ ଦେଖଣାହାରିଙ୍କ ପ୍ରଶଂସା ସାଉଁଟିଛି । ସ୍ଥାନୀୟ ବାସିନ୍ଦାମାନଙ୍କ ମତରେ, ଶିଶୁମାନଙ୍କ ଏଭଳି ପ୍ରୟାସ ସେମାନଙ୍କ ମନରେ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ଥିବା ଆଗ୍ରହର ପରିଚୟ ଦେଉଛି । କୁନି ଭକ୍ତମାନଙ୍କ ଏହି ଅଭିନବ ପଦକ୍ଷେପ ଅଞ୍ଚଳରେ ପ୍ରଶଂସାର ବିଷୟ ପାଲଟି ଥିବାବେଳେ ଅନ୍ୟ ଶିଶୁମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ସୃଷ୍ଟି କରିଛି । କୁନି ଭକ୍ତ ଶୁଭମ ବିଶ୍ବାଳ ଙ୍କ କହିବା ଅନୁସାରେ ସେ ଥରେ ରଥଯାତ୍ରା ଯାଇଥିଲେ ମାତ୍ର ରଥ ଟାଣିପାରିଲେ ନାହିଁ କି ଜଗାକାଳିଆ ର ଦର୍ଶନ ପାଇଲେ ନାହିଁ ତେଣୁ ସେ ନିଜେ ରଥ ନିର୍ମାଣ କରି ସାହି ରେ ରଥଯାତ୍ରା କରିଲେ । ସେବେଠାରୁ ଚଳିତ ବର୍ଷ କୁ ନେଇ ଚାରିବର୍ଷ ଧରି ରଥଯାତ୍ରା କରିଆସୁଛନ୍ତି । ନିତି ରିତିରେ ସହ ପାଳନ କରୁଛନ୍ତି । ଯାହାକୁ ଦେଖି ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ତିନିଦିଅଁଙ୍କୁ ପୂଜାର୍ଚ୍ଚନା କରିବା ସହ ଗୁଣ୍ଡିଚାଯାତ୍ରା ଦିନ ଠାରୁ ବାହୁଡା ପର୍ଯ୍ୟନ୍ତ କୀର୍ତ୍ତନ ଭଜନ ଗାନ କରିପୂଜାର୍ଚ୍ଚନାକରିଆସୁଥିବାର କୁନି ଭକ୍ତ ଶଙ୍କର ବିଶ୍ବାଳ, ସାହି ପ୍ରଧାନ, କାଳିଆ ସ୍ବାଇଁ, ଶ୍ରୁତି ବିଶ୍ବାଳ, ବଳିଆ ସ୍ବାଇଁ, ପ୍ରବୀଣ ପ୍ରଧାନ, ସୁମିତ୍ ବିଶ୍ବାଳ, ତୃପ୍ତି ବିଶ୍ବାଳ ପ୍ରମୁଖ କହିଛନ୍ତି ।