ଅଲଡ଼ା ପଞ୍ଚାୟତରେ ଆୟୋଜିତ ମେଗା ଜନ ଅଭିଯୋଗ ଶୁଣାଣୀରେ ଲୋକଙ୍କ ଗୁହାରି ଶୁଣିଲେ ବିଧାୟକ

ମରୀମଡା ଠାରୁ ଅରମଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଅଞ୍ଚଳର ମୁଖ୍ୟ ଦାବି)

0

ଗଜପତି, (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ନେଇ ଅନୁଷ୍ଠିତ ‌ହୋଇଯାଇଛି ଏକ ବଡ଼ ଧାରଣର ଜନ ଅଭିଯୋଗ ଶୁଣାଣୀ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଇଂ.ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ପର୍ଯ୍ୟାୟ କ୍ରମେ ପ୍ରଥମେ ଅଲୋଡ଼ା ପଞ୍ଚାୟତର ଘନସାଗର ଗ୍ରାମ ପରେ ଲେନ୍ତାଗୁଡ଼ା, ଗରିମଡା, ମଞ୍ଜିଲଗୁଡ଼ା, କଡାଗୁଡ଼ା, ଡିଡିଙ୍ଗଗୁଡ଼ା ଗ୍ରାମର ଏକ ହଜାରରୁ ଅଧିକ ଆଦିବାସୀ ଜନସାଧାରଣଙ୍କ ସହ ସାକ୍ଷାତ କରି ମିଶି ଅଞ୍ଚଳର ସମସ୍ୟା ନେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା, ରାସନ୍ କାର୍ଡ, ଆବାସ ଗୃହ ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ନାଳ ଆଦି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଜଣାଇଥିଲେ ଅଞ୍ଚଳବାସୀ। ଏହାର ସମାଧାନ ପାଇଁ ତୁରନ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିବା ସହ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରିଛନ୍ତି ବିଧାୟକ । ଏସବୁ ମଧ୍ୟରେ ଅଞ୍ଚଳର ମାରୀମଡା ଗ୍ରାମ ଠାରୁ ଅରମଡା ଗାଁକୁ ପକା ରାସ୍ତା ନିର୍ମାଣ ପାଇଁ ଦାବି ରଖିଛନ୍ତି ଗ୍ରାମବାସୀ । ଗ୍ରାମରେ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ପରିବାର ବାସ କରୁଛନ୍ତି କିନ୍ତୁ ଗ୍ରାମକୁ ଭଲ ରାସ୍ତା ଟିଏ ନାହିଁ। ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ, ସ୍କୁଲ , ଚିକିତ୍ସାଳୟକୁ ଯିବା ଆସିବା ବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଅଞ୍ଚଳର ଅନେକ ସମସ୍ୟା ନେଇ ଲୋକେ ବିଧାୟକଙ୍କୁ ଜଣାଇବା ପରେ ଅଞ୍ଚଳର ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରୟାସ କରିବେ ବୋଲି ଲୋକଙ୍କୁ ଆଶ୍ଵସନା ଦେଇଛନ୍ତି ବିଧାୟକ । ଅଭିଯୋଗ ଶୁଣାଣୀ ସମୟରେ ର ବିଧାୟକଙ୍କ ସମେତ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ପଞ୍ଚାୟତର ସରପଞ୍ଚ ଗୋପାଳ ଶବର, ସ୍ଥାନୀୟ ସମିତି ପଦ୍ମିନୀ ଶବର ,ସମିତି ସଭ୍ୟ ଜଗନ୍ନାଥ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.