ପୋଡାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ।

0

କୋରାପୁଟର :  (ବିପିନ କୁମାର ହିଆଲ )ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତରେ ଅଭିଯୋଗ ଜନଶୁଣାଣୀ ଓ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କୁଲଦୀପ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏହି ଶିବିରରେ ସରକାରୀ ଓ ବେସରକାରୀ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଆପଣା ଆପଣା ବିଭାଗ ବା ଅନୁଷ୍ଠାନର ଅଭିଯୋଗ ଓ ସଚେତନତା ବକ୍ତବ୍ୟ ରଖିଥିଲେ । ଉକ୍ତ ଶିବିରରେ ସ୍ଥାନୀୟ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆପଣା ଆପଣା ଅଭିଯୋଗ ଏହି ବୈଠକରେ ମୌଖିକ ପରିପ୍ରକାଶ ଓ ଲିଖିତ ଅଭିଯୋଗ କରିଛନ୍ତି ।ପ୍ରାୟ ୧୦ ଗୋଟି ସାମୁହିକ ଓ ଗୋଟିଏ ବ୍ୟକ୍ତିଗତ ଅଭିଯୋଗ କରାଯାଇଥିଲା , କିନ୍ତୁ ମୁଖ୍ୟତଃ ତିନିଗୋଟି ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ଥିଲା । ତନ୍ମଧ୍ଯରୁ ୨ ଗୋଟି ସାମୁହିକ ପୋଡ଼ାଗଡ ପଞ୍ଚାୟତର ସଦରମହକୁମା ପୋଡ଼ାଗଡ ଖ୍ରୀଷ୍ଟିୟାନ୍ ସାହିରେ ପାନୀୟ ଜଳର ଘୋର ସମସ୍ୟା, ଲୁଗା ଧୋଇବା ଓ ଗାଧେଇବା ମଧ୍ୟ ବହୁ ଅସୁବିଧାର ଶିକାର ହୋଇ ଆସୁଛନ୍ତି ।

ବାରମ୍ୱ ବାର ସରକାରୀ ବାବୁମାନଙ୍କୁ ଅଭିଯୋଗ ଦେଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉ ନାହିଁ । ସରକାର ବିଭିନ୍ନ ପ୍ରକାର ସରକାରୀ ଜଳ ପ୍ରକଳ୍ପ ଯୋଜନା କରି ବିଭିନ୍ନ ଠିକାଦାର ମାନଙ୍କୁ ଦେଉଛି , ସେହି ଠିକାଦାର ଓ ସରକାରୀ ବାବୁ ମିଶି ଘଟାଲା କରି ଆସୁଛନ୍ତି କୌଣସି ମତେ ଲୋକମାନେ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତ ଜାତୀୟ ରାଜପଥ ୩୨୬ ନମ୍ବର ପଥପାର୍ଶ୍ଵ ଥିଲେ ମଧ୍ୟ ସରକାରୀ ବସୁଧା ଜଳ ପ୍ରକଳ୍ପ , ମେଘା ଜଳ ପ୍ରକଳ୍ପ ଓ ସୌର ଶକ୍ତି ଉଠା ଜଳପ୍ରକଳ୍ପ ଏହି ସମସ୍ତ କେବଳ ଖାତା ପେନ୍ ରେ କେବଳ ଦେଖିବାକୁ ମିଳେ କିନ୍ତୁ ତାହା ବାସ୍ତବରେ ଦେଖାଯାଉନାହିଁ । ସେଥିପାଇଁ ଏହାର ସଠିକ୍ ତଦନ୍ତ କରି ଯେଉଁ ଠିକାଦାରମାନେ ଏହି ସବୁ କାମକରି ଲୋକମାନଙ୍କୁ ଓ ସରକାରକୁ ଠକିଛନ୍ତି , ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟ ନୁଷ୍ଠାନ କରାଯାଇ ଉଚିତ୍ ଦଣ୍ଡ ଦିଆଯାଉ , ଏବଂ ଲୋକମାନଙ୍କୁ ଉଚିତ୍ ନ୍ୟାୟ ସେମାନଙ୍କୁ ଅତିଶୀଘ୍ର ପାନୀୟ ଜଳ ଓ ଗାଧୁଆ ଜଳ ଯୋଗାଇ ଦିଆଯାଉ । ଦ୍ୱିତୀୟଟି ଥିଲା ପୋଡ଼ାଗଡରେ ଚାଲି ଆସୁଥିବା ସାପ୍ତାହିକ ବଜାରରେ ଯେଉଁ ଅଇଳା ଆବର୍ଜନା ପଡ଼ି ଦୁର୍ଗଗନ୍ଧ ହେବା ଦ୍ୱାରା ବିଭିନ ଲୋକ ରୋଗର ଶିକାର ହେଉଛନ୍ତି । ତାହା ଯେପରି ସଫା କରିବାକୁ ୨ ଜଣ ସଫେଇ କର୍ମଚାରୀ ରଖାଯାଉ ଓ ହାଟ ବଜାରରେ ଗୋଟିଏ ପରିଷ୍କାର ପାନୀୟ ଜଳ ପାନ ପାଇଁ ଗୋଟିଏ ଆକ୍ୱାଗାର୍ଡ ସ୍ଥାପନ କରାଯାଉ ।
ଏହି ସମସ୍ତ ଅଭିଯୋଗ ପତ୍ର ଏ ବିଡିଓ ଶ୍ରୀଯୁକ୍ତ ସୁଧୀର କୁମାର ବେହେରା ଗ୍ରହଣକରି ଅତି ଶୀଘ୍ର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବିଶେଷ କରି ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମପଞ୍ଚାୟତର ଅଭିଯୋଗକାରୀ ସହ ସିଡିପିଓ ଶ୍ରୀମତୀ କବିତା ନାଗ, ଡବ୍ଲୁ ଇଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ, ଓଏଲ୍ଏମ୍ ବିଏଲ୍ଓ ଶ୍ରୀଯୁକ୍ତ ଫିରୋଜ ଲିମ୍ମା, ବିଏସଏସଓ ଶ୍ରୀଯୁକ୍ତ ଗୌତ୍ତମ ଖୋସ୍ଲା, ଜେଇ ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ, ଏମ ପି ଏସ୍ ଡବ୍ଲୁ ଶ୍ରୀମତୀ ପୁଷ୍ପା ଚେଟ୍ଟୀ, ଫରେଷ୍ଟର୍ ଶ୍ରୀଯୁକ୍ତ ଗୋପୀନାଥ ପାଙ୍ଗି, ଏଇଓ ଶ୍ରୀଯୁକ୍ତ ଜାମୀ ଅନିଲ କୁମାର ଓ ଅନ୍ୟାନ୍ୟ କର୍ମଚାରୀ ଯୋଗଦାନ କରିଥିଲେ ଶେଷରେ ପିଇଓ ଶ୍ରୀ ଗଣେଷ କୁଲଦୀପ ଧନ୍ଯବାଦ ଅର୍ପଣ କରି ଶିବିରଟି ସାଙ୍ଗ କରିଥିଲେ ।

Leave A Reply

Your email address will not be published.