ନୂଆଦିଲ୍ଲୀ/ତେହେରାନ:ମଧ୍ୟପ୍ରାଚ୍ୟ ଚାଲିଥିବା ଯୁଦ୍ଧରେ ସାମିଲ ହେବକି ରୁଷ। ଚାଲିଥିବା ତୀବ୍ର ଉତ୍ତେଜନା ମଧ୍ୟରେ ରୁଷ ତାହାର ଅତ୍ୟନ୍ତ ସୁରକ୍ଷିତ Tu-214PU ଏୟାରବୋର୍ଣ୍ଣ କମାଣ୍ଡ ବିମାନକୁ ତେହେରାନ ପଠାଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଚିନ୍ତାରେ ମଧ୍ୟପ୍ରାଚ୍ୟ ଦେଶଗୁଡିକ। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଏପରି କି ଏହି ଯୁଦ୍ଧ ସମଗ୍ର ମଧ୍ୟପ୍ରାଚ୍ୟକୁ ବିନାଶ ଆଡ଼କୁ ଠେଲି ଦେବାର ଆଶଙ୍କା ସୃଷ୍ଟି କରିଛି। ବିଶ୍ୱରେ ଉଡ଼ୁଥିବା ବିମାନଗୁଡ଼ିକର ପ୍ରକୃତ ସମୟ ସ୍ଥିତି ପ୍ରଦର୍ଶନ କରୁଥିବା ୱେବସାଇଟ୍ ଫ୍ଲାଇଟ୍ରାଡାର୨୪ର ତଥ୍ୟକୁ ଆଧାର କରି ଏହି ସୂଚନା ପ୍ରକାଶ ପାଇଛି।ଏ ସମ୍ପର୍କରେ ରୁଷ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ।
ଏହି Tu-214PU ବିମାନ କୌଣସି ସାଧାରଣ ଭିଆଇପି ବିମାନ ନୁହେଁ। ଏହା ସୁରକ୍ଷିତ ଓ ଏନକ୍ରିପ୍ଟେଡ୍ ଯୋଗାଯୋଗ ବ୍ୟବସ୍ଥା, ଆଧୁନିକ କମାଣ୍ଡ ଓ କଣ୍ଟ୍ରୋଲ୍ ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଡାଟା ଲିଙ୍କ ସହିତ ସଜ୍ଜିତ। ଏହି ବିମାନ ମାଧ୍ୟମରେ ରୁଷର ଶୀର୍ଷ ନେତୃତ୍ୱ ଉଡ଼ାଣ ସମୟରେ ସାମରିକ ଓ ସରକାରୀ କାର୍ଯ୍ୟର ପରିଚାଳନା କରିପାରନ୍ତି। ବିଶେଷ କ୍ଷମତା କାରଣରୁ Tu-214PUକୁ ରୁଷର ‘ଡୁମସଡେ ପ୍ଲେନ୍’ ବୋଲି ମଧ୍ୟ କୁହାଯାଏ। ବିମାନଟି ଋଷିଆନ୍ ସ୍ୱତନ୍ତ୍ର ବିମାନ ଋଷିଆନ୍ ସ୍ୱତନ୍ତ୍ର ବିମାନ ସ୍କ୍ବାଡ୍ରନ୍ ଦ୍ୱାରା ପରିଚାଳିତ ହୋଇଥାଏ, ଯାହା ରୁଷର ରାଷ୍ଟ୍ରପତି ଏବଂ ଦେଶର ଶୀର୍ଷ ରାଜନୈତିକ ଓ ସାମରିକ ନେତୃତ୍ୱଙ୍କ ଯାତାୟାତର ଦାୟିତ୍ୱ ନିର୍ବାହ କରେ।Tu-214PUର ସମସ୍ତ ମିଶନ ସମ୍ପର୍କିତ ତଥ୍ୟ ସାର୍ବଜନୀନ କରାଯାଇନାହିଁ। ତେବେ ୟୁକ୍ରେନ ଯୁଦ୍ଧ ସମୟରେ ଏହି ବିମାନକୁ ଅନେକଥର ଉଡ଼ୁଥିବା ଦେଖାଯାଇଥିଲା। ରୁଷ ପାଖରେ ଏପରି କେତେଟି ବିମାନ ରହିଛି, ସେ ସମ୍ପର୍କରେ ମଧ୍ୟ କୌଣସି ସରକାରୀ ସୂଚନା ଉପଲବ୍ଧ ନାହିଁ।
ଏହି ବିମାନର ତେହେରାନ ଆଗମନ ଏପରି ସମୟରେ ଘଟିଛି, ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି।ରିପୋର୍ଟ ଅନୁସାରେ ଉଭୟ ଦେଶ ପରସ୍ପର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ଏପରି ପରିସ୍ଥିତିରେ ରୁଷର ଏହି ଉଚ୍ଚ-ସୁରକ୍ଷିତ କମାଣ୍ଡ ବିମାନର ଉପସ୍ଥିତିକୁ ନେଇ ଆନ୍ତର୍ଜାତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ତେହେରାନରେ Tu-214PUର ଅବତରଣ ଏକ ରଣନୈତିକ ସଙ୍କେତ ହୋଇପାରେ। ଏହା ରୁଷ ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ସମନ୍ୱୟ କିମ୍ବା କୂଟନୈତିକ ଯୋଗାଯୋଗ ଜାରି ଥିବାର ଇଙ୍ଗିତ ଦେଇପାରେ। ଯୁଦ୍ଧ ସ୍ଥିତିକୁ ନେଇ ବିଶ୍ୱ ସମୁଦାୟର ନଜର ରହିଛି। ଉଭୟ ପକ୍ଷର ସାମରିକ କାର୍ଯ୍ୟକଳାପ ଓ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆନ୍ତର୍ଜାତିକ ସ୍ତରରେ ଚିନ୍ତା ବଢ଼ିଛି।