ବାଲେଶ୍ବର : ମଝି ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ। ପଶ୍ଚିମବଙ୍ଗ ଦୀଘାରୁ ଇଲିସି ମାରିବାକୁ ସମୁଦ୍ର ଭିତରକୁ ଯାଇଥିବା ୧୫ ମତ୍ସ୍ୟଜୀବୀଙ୍କ ଭିତରେ ୯ ଜଣଙ୍କ ମୃତ୍ୟୁ। ମାଛ ଧରିବାକୁ ଯାଇଥିବା ସେଇ ଟ୍ରଲର ଭିତରୁ ଏମାନଙ୍କ ମୃତଦେହ ରେସ୍କ୍ୟୁ କରାଯାଇଛି। ଏବେ ବି ନିଖୋଜ ରହିଛନ୍ତି ୩ ଓଡ଼ିଆ ଭାଇଙ୍କ ସମେତ ୬ ଜଣ।
ବାଲେଶ୍ବର ଭୋଗରାଇର ରବୀନ୍ଦ୍ର, ଜଗନ୍ନାଥ ଏବଂ ଜୟରାମ ମାଝୀଙ୍କ ପତ୍ତା ଏବେ ଯାଏଁ ମିଳିପାରିନି। ପଶ୍ଚିମବଙ୍ଗ ଦୀଘାଠାରୁ ପ୍ରାୟ ଶହେ କିଲୋମିଟର ଦୂର ବଙ୍ଗୋପସାଗର ଭିତରେ ଥିବା ରକ୍ତେଶ୍ବରୀ ବାଲିଚଢ଼ ନିକଟରେ ଓଲଟି ପଡ଼ିଥିଲା ଟ୍ରଲର। ଗତ ୬ ତାରିଖରୁ ଏମାନେ ନିଖୋଜ ଥିଲେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ଟିମ୍ ଏମାନଙ୍କ ଖୋଜାଖୋଜି କରୁଥିଲେ।