ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପାଟ୍ରୋଲିଂ ସମୟରେ ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରୁ ଏକ ରୂପା ରଙ୍ଗର ଭେଣ୍ଟୋ କାର୍ ସହ ପ୍ରାୟ ୩୬.୮୧୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ବୁଗୁଡ଼ା ଅଞ୍ଚଳର ଅଭିଯୁକ୍ତ ସନ୍ତୋଷ କୁମାର ଆଲଟିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ନିଶା କାରବାର ବିରୋଧରେ ପୋଲିସର ଏହିଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।
ଭଞ୍ଜନଗର ଥାନାଧିକାରୀ ଜିବନାନନ୍ଦ ଜେନା ଙ୍କ ସୁଚନା ଦେଇଛନ୍ତି ଏସ୍.ଆଇ. ଏଲ୍.ଡି. ମହାନ୍ତି କର୍ମଚାରୀଙ୍କ ସହିତ ମୁଜାଗଡା ଗ୍ରାମରେ ଅପରାହ୍ନ ସମୟରେ ସଦଳବଳେ ପାଟ୍ରୋଲିଂ ସମୟରେ ଦେଖିଲେ ଯେ, ଗୋଟିଏ ଭୋଲ୍ସୱାଗନ କାର, ଯାହା ବିପରୀତ ପାର୍ଶ୍ୱରୁ ଆସୁଥିଲା। ଏବନ ହଠାତ ପଛକୁ ଫେରିବାକୁ ଚେଷ୍ଟା କରିଥିଲା। ଫଳରେ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ତୁରନ୍ତ ଚାଲାଣକାରୀ ବ୍ୟକ୍ତି ସହିତ ଉକ୍ତ କାରଟିକୁ ଧରିପାରିବାରେ ସକ୍ଷମ ହୋଇଥିଲେ। କାରଟିକୁ ଯାଞ୍ଚ କଲା ବେଳେ ସେଥିରୁ ଗଞ୍ଜେଇ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ପୋଲିସ କାର ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।