ଭୁବନେଶ୍ୱରରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ମତ୍ସ୍ୟ ଏବଂ ଜଳକୃଷି ବିକାଶ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ଅପାର ସମ୍ଭାବନା ରହିଛି। ଗ୍ରାମାଞ୍ଚଳରେ ଉତ୍ପାଦିତ ମତ୍ସ୍ୟ ଓ ଏହାର ମୂଲ୍ୟଯୋଗ ଉତ୍ପାଦକୁ ବିଦେଶ ବଜାରକୁ ରପ୍ତାନି କରିବାର ସୁଯୋଗ ରହିଛି।

ବୈଠକରେ ରାଜ୍ୟରେ ମତ୍ସ୍ୟଚାଷର ବିକାଶ, ମତ୍ସ୍ୟଚାଷୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହୋଇଛି। ମତ୍ସ୍ୟଚାଷୀମାନଙ୍କୁ ସର୍ବାଧିକ ସୁବିଧା ପହଞ୍ଚାଇବା ସହ ରାଜ୍ୟର ମତ୍ସ୍ୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ବୈଠକରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ସତ୍ୟଜିତ ପାଲ ସିଂହ ବାଘେଲା ଏବଂ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.