ମହେନ୍ଦ୍ରଗଡ଼ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟରେ 77 ତମ ବନ ମହୋତ୍ସବ ପାଳିତ ।

0

ଆର, ଉଦୟଗିରି (ମନୋଜ କୁମାର ପାଢୀ)-:ତା 07.07.26 ରିଖ ସୋମବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କଳିଙ୍ଗ ମୋଡେଲ ଆବାସିକ ବିଦ୍ୟାଳୟରେ 77 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୋହନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କଲ୍ୟାଣ ବିଭାଗ ) ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର ମୁଖ୍ୟ ଅତିଥି, ଅନ୍ତରବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ପ୍ରଧାନ ମୁଖ୍ୟ ବକ୍ତା, ମହେନ୍ଦ୍ରଗଡ଼ ବନପାଳ ମୋଜେଶ ଶବର ସମ୍ମାନିତ ଅତିଥି ରୂପେ ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ ରମେଶ ଚନ୍ଦ୍ର ନାୟକ ଓ ଛେଳିଗଡ଼ର ବନ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ | ଏ ଅବସରରେ ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିବା ବେଳେ ଛାତ୍ର ଛାତ୍ରୀ ବୃନ୍ଦ ମଧ୍ୟ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ |ବନପାଳ ମୋଜେଶ ଶବର ବୃକ୍ଷ ରୋପଣ ବିଷୟରେ ସରକାରଙ୍କ ବିଭିନ୍ନ ବ୍ୟବସ୍ଥା, ଚାରା ବଣ୍ଟନ ଉପରେ ବୁଝାଇଥିଲେ | ଜୁନିଅର ରେଡ କ୍ରସର ପରାମର୍ଶଦାତା ଶ୍ରୀ ସନ୍ତୋଷ କୁମାର ସାହୁ ଜୁନିଅର ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ବିଦ୍ୟାଳୟର ଛାତ୍ର ଛାତ୍ରୀ ବୃନ୍ଦ, ଜୁନିଅର ଓ ଅତିଥି ବୃନ୍ଦ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ ଏ ସମୟରେ ରହିଲେ ବନ ବଞ୍ଚିବେ ଜନ
ନାରା ଓ ବିଭିନ୍ନ ପ୍ରକାର ସ୍ଲୋଗାନ ଦିଆଯାଇଥିଲା | ବିଦ୍ୟାଳୟର ଶିକ୍ଷକ ଶ୍ରୀ ଜଗା ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ |

Leave A Reply

Your email address will not be published.