ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ।ଶୁଭାରମ୍ଭ ମହୋତ୍ସବରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ,ଉପାଧ୍ୟକ୍ଷ ଭଗବାନ ପ୍ରଧାନ,ସମସ୍ତ କାଉନସିଲର,କାର୍ଯ୍ୟ ନିର୍ବାହି ଅଧିକାରିଣୀ ଶ୍ରୀମତୀ ସ୍ୱପ୍ନା ରାଣୀ ପାଢ଼ୀ,ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ,ଏମପି ପ୍ରତିନିଧି ଅକ୍ଷୟ ରଣସିଂହ,କାର୍ଯ୍ୟକାରୀ ସଭାପତି ବୁଲା ଖାଁ,ବାଲୁଗାଁ ମହିଳା ଆଞ୍ଚଳିକ ମହାସଂଘର ସଭାନେତ୍ରୀ ବନିତା ପ୍ରଧାନ, ମିନତି ଗଜେନ୍ଦ୍ର, ସୁଚିତ୍ରା ମହାପାତ୍ର, ଚନ୍ଦ୍ରକଳା ସାହୁ,ଏନଏସି ସ୍ୱଚ୍ଛ ସାଥି ଉଷାରାଣୀ ମିଶ୍ର, ଦୀପାଞ୍ଜଳି ପାଟଶାଣୀ, ତୁଳସୀ ବେହେରା, କୁନୁ ସ୍ୱାଇଁ , ବାଲୁଗାଁ ଏନଏସି ମିଶନ ଶକ୍ତିର ସମସ୍ତ କର୍ମଚାରୀ ଏବଂ ଆଇଏନଏସ ଚିଲିକାର ଅଧିକାରୀମାନେ ଯୋଗ ଦେଇଥିଲେ।ଏହି ଅବସରରେ ଚିଲିକା ଜେଟି ସମେତ ଚିଲିକା କୁଳ ପରିବେଶ ପରିଷ୍କାର କରାଯାଇଥିଲା।ଏବଂ ଆଗାମି ଦିନରେ ଏନଏସି ଅନ୍ତର୍ଗତ ସମସ୍ତ ୱାର୍ଡ ଏବଂ ପାରିପାର୍ଶ୍ବିକ ପରିବେଶ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ସହ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ଭାବେ ବାଲୁଗାଁ ଏନଏସିକୁ ଗଢି ତୋଳିବାକୁ ଏନଏସି କାର୍ଯ୍ୟ ନିର୍ବାହି ଅଧିକାରିଣୀ ଶ୍ରୀମତୀ ପାଢ଼ୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.