ଚରିତ୍ର

ବିଳାସ ଚନ୍ଦ୍ର ବେହେରା

ଜଣାନାହିଁ “ଅ” “ଆ” ଆକାର ଓକାର
“ହ” “କ୍ଷ” ଧରିବାକୁ ସଦା ହରବର l
କର୍ମେ ନୁହେଁ ତତ୍ପର ସେ
ଖୋଜେ ଖାଲି ଲାଭ
ଉଚ୍ଚାଙ୍ଗ ଭାଷଣ ମୁଖେ
ଗାଦି ପାଇଁ ଲୋଭ l
ଫୁଲମାଳ ପିନ୍ଧିବାକୁ
ଅର୍ଥ କରେ ଶ୍ରାଦ୍ଧ
ହାତେ ରଖି ଅନୁଗତ
ଶୁଣେ ଜିନ୍ଦାବାଦ l
ହଂସ ହୋଇବାକୁ ବଗ
କଲେ ଶତ ଚେଷ୍ଟା
କାଉ କି କୋଇଲି ହେବ
ଛାଡେ ଯଦି ବିଷ୍ଟା l
ପର ନିନ୍ଦା କରି ଯେତେ
ସାଉଣ୍ଟ ପ୍ରଶଂସା
ସାମନାକୁ ଆସିଲେ ଶତ
ହେବ ଲୋକହସା l
ଚରିତ୍ର ସୁଧାରି ଯେବେ
ଚାଲିବ ନିଷ୍ଠାରେ
ଆହା ପଦ ଶୁଣୁଥିବ
ଜନତା ମୁଖରେ l

ନଳିତା ନିଳୟ
ବନ୍ତୁଣିଆ, ୪୨ ମୋୖଜ଼ା,
କଟକ l

Comments are closed.